ଜଳ ଜୀବନ ମିଶନରେ ୩ ବର୍ଷରେ ଉପକୃତ ହୋଇଛନ୍ତି ୧୧ କୋଟି, ସଶକ୍ତ ହୋଇଛନ୍ତି ଗରିବ : ରାଷ୍ଟ୍ରପତି

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବରେ ପାର୍ଲାମେଣ୍ଟକୁ ଏହା ତାଙ୍କର ପ୍ରଥମ ମିଳିତ ସମ୍ବୋଧନ । ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ । ଅଧିବେଶନର ପ୍ରଥମ ଦିନରେ ଆଜି ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ୨୦୨୩-୨୪ ଆର୍ଥିକ ବର୍ଷପ ସାଧାରଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଅଧିବେଶନର ପ୍ରଥମ ଭାଗ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରିଥିବା ବେଳେ ଆଜାଦୀର ଅମୃତ କାଳରେ ପ୍ରବେଶ କରିଛି । ଏଥିରେ ଭାରତର ଗୌରବମୟ ଇତିହାସ ରହିଛି ଏବଂ ସ୍ୱର୍ଣ୍ଣିମ ଭବିଷ୍ୟତର ସଂକଳ୍ପ ରହିଛି । ଅମୃତ କାଳର ଏହି ୨୫ ବର୍ଷ ସମୟ ବିକଶିତ ଭାରତର ସମୟ । ନୂଆ ଭାରତ ନିର୍ମାଣର ଅବସର । ଆଉ ଏଥିପାଇଁ ଆମ ସମସ୍ତଙ୍କୁ ଏକ ହୋଇ କାମ କରିବାକୁ ହେବ ବୋଲି ମହାମହିମ ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି।

କରୋନା କାଳରେ ଗରିବଙ୍କ ଜୀବନ ବଞ୍ଚାଇବାକୁ ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଇଥିଲା। ଆୟୁଷ୍ମାନ ଯୋଜନାରୁ ଗରିବ ଉପକୃତ ହେଉଛନ୍ତି। ଆୟୁଷ୍ମାନ ଯୋଜନାରୁ ଗରିବଙ୍କ ଭରସା ବଢ଼ିଛି। ଗରିବଙ୍କୁ ଜଳ ଜୀବନ ମିଶନର ସୁଫଳ ମିଳିଛି। ଘରେ ଘରେ ପାଣି ପହଞ୍ଚାଇବାକୁ ଜଳ ଜୀବନ ମିଶନ ହୋଇଛି। ୩ ବର୍ଷରେ ପ୍ରାୟ ୧୧ କୋଟି ଘରେ ପାଣି ପହଞ୍ଚିଛି। ସାଢ଼େ ୩ କୋଟି ଗରିବଙ୍କୁ ମିଳିଛି ପକ୍କା ଘର। ଗରିବଙ୍କୁ ସ୍ୱପ୍ନ ଦେଖିବାର ସାହସ ମିଳିଛି ସମାଜର ସବୁ ବଞ୍ଚିତ ବର୍ଗଙ୍କୁ ସରକାର ଦୃଷ୍ଟି ଦେଇଛନ୍ତି। ଭାରତର ଲୋକମାନେ ଏହା ଦ୍ବାରା ଉପକୃତ ହେଉଛନ୍ତି। ଏପରିକି ଏମ୍‌ଏସ୍‌ପି ବୃଦ୍ଧି ଦ୍ୱାରା କୃଷକ ଲାଭବାନ ହୋଇଛନ୍ତି। କୃଷକଙ୍କ ପାଇଁ କିଷାନ୍‌ କ୍ରେଡିଡ୍‌ କାର୍ଡ ଦ୍ୱାରା ଉପକୃତ ହେଉଛନ୍ତି ଚାଷୀ। ଏମଏସପି ବଢ଼ାଇ କୃଷକଙ୍କ ସାଙ୍ଗରେ ଅଛନ୍ତି ସରକାର। ୧୧ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ସରକାର। ଗରିବଙ୍କୁ ସଶକ୍ତ କରାଯିବା କାର୍ଯ୍ୟକ୍ରମ ଚାଲୁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.