ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି, ଭାରତୀୟ ଯବାନଙ୍କ ପାଲଟା ଗୁଳି ବର୍ଷା

ଅମାନିଆ ପାକିସ୍ତାନ ।  କ୍ରମାଗତ ୧୨ ଦିନ ପାଇଁ ଏଲଓସିରେ ଭୀଷଣ ଗୁଳି ବିନିମୟ ହୋଇଛି ।  ଗତ ରାତିରେ ଏଲଓସିରେ ସବୁଠୁ ବଡ଼ ସିଜ୍ ଫାୟାର ଉଲଂଘନ ହୋଇଛି । କୁପୱାଡ଼ା, ବାରମୂଲ୍ଲା, ପୁଞ୍ଛ, ରାଜୌରୀ, ମେନ୍ଧର, ନୌସେରା, ସୁନ୍ଦରବନୀ, ଅଖନୁର ସେକ୍ଟରରେ ଗୁଳିମାଡ଼ କରିଛନ୍ତି ପାକିସ୍ତାନୀ ସେନା ।

ତେବେ ଭାରତ ଏହାର କଡ଼ା ଜବାବ ଦେଇଛି ।  ଗୁଳିର ଜବାବ ଗୁଳିରେ ଦେଇଛନ୍ତି ଭାରତୀୟ ଯବାନ। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ଦେଶ ମଧ୍ୟରେ ଟେନସନ୍ ବଢ଼ୁଥିବା ବେଳେ ଅଶାନ୍ତ ରହିଛି ଏଲଓସି ।

ଭାରତର କଡ଼ା ଚେତାବନୀ ସତ୍ତ୍ବେ ପାକିସ୍ତାନ ସେନା ଗୁଳିମାଡ଼ ଜାରି ରଖିଛି ।  ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆଶନ୍ତ ହୋଇ ଉଠିଥିଲା ଏଲଓସି ।  ଲଗାତାର ୧୨ ଦିନ ହେଲା ଅସ୍ତ୍ରବିରତି ଉଲଂନ କରିଆସୁଛି ଇସଲାମାବାଦ ।

Also read: ପାକିସ୍ତାନକୁ ଭାରତର କଡ଼ା ଜବାବ, ଜମ୍ମୁ କଶ୍ମୀରର LOCରେ ବର୍ଷୁଛି ଗୁଳି