ଆଲମିରାରେ ଖୁନ୍ଦାଖୁନ୍ଦି ହୋଇ ରହିଥିଲା ବିଡ଼ା ବିଡ଼ା ଟଙ୍କା, ଡୋର୍‌ ଖୋଲି ଦେବାରୁ ଭିତରର ଦୃଶ୍ୟ ଥିଲା ଏମିତି

ଆୟକର ବିଭାଗ ହାଇଦ୍ରାବାଦରେ ଏକ ଫାର୍ମାସ୍ୟୁଟିକାଲ ଗ୍ରୁପ୍‌ ଉପରେ ଚଢ଼ଉ କରିଛି। ଚଢ଼ଉ ସମୟରେ ବିଭାଗ ପାଖାପାଖି ୧୪୨ କୋଟି ନଗଦ ଟଙ୍କା ଜବତ କରିଛି। ଏହି ଟଙ୍କା ବିଡ଼ାଗୁଡ଼ିକୁ ଆଲମିରା ଓ ଲକର୍‌ରେ ଲୁଚେଇ ରଖାଯାଇଥିଲା। ଅନୁମାନ କରାଯାଉଛି କି, ଏବେ ସୁଦ୍ଧା କମ୍ପାନୀର ପାଖାପାଖି ୫୫୦ କୋଟି ଟଙ୍କାର ବେଆଇନ ଆୟ ଠାବ କରାଯାଇଛି।

ଆୟକର ବିଭାଗ ମୁତାବକ, ଏହି ଜବତ ଟଙ୍କା ଚଳିତ ବିତ୍ତୀୟ ବର୍ଷର ସବୁଠାରୁ ବଡ଼ କ୍ୟାଶ୍‌ ସିଜ୍‌। ଗତ ୬ ଅକ୍ଟୋବରରେ ଆୟକର ବିଭାଗ ୬ଟି ରାଜ୍ୟରେ ନାମୀ ଗ୍ରୁପ୍ସ ଉପରେ ଚଢ଼ଉ କରିଥିଲା। ଏହି ଫାର୍ମାସ୍ୟୁଟିକାଲ ଗ୍ରୁପ୍‌ ଇଣ୍ଟରମିଡିଏଟ୍‌ସ, ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟସ୍‌ ଏବଂ ଫର୍ମୂଲେଶନର ବିଜିନେସ୍‌ ସହ ଜଡ଼ିତ। ବିଭାଗ ପାଖାପାଖି ୫୦ଟି ଜାଗାରେ ଏହି ଚଢ଼ଉ କରିଛି।

ସୂଚନାଥାଉ କି, ଚଢ଼ଉ ସମୟରେ ଏହି ଗୁଇନ୍ଦା ଠିକଣାକୁ ଠାବ କରାଯାଇଥିଲା। ଡିଜିଟାଲ ମିଡିଆ, ପେନ୍‌ଡ୍ରାଇଭ ଏବଂ ଦସ୍ତାବିଜ୍‌ ରୂପରେ ମଧ୍ୟ ଆୟକର ବିଭାଗକୁ ପ୍ରମାଣ ମିଳିଛି, ଯାହାକୁ ଜବତ କରି ନିଆଯାଇଛି। କହି ରଖୁଛୁ, ଏହି ଫାର୍ମାସ୍ୟୁଟିକାଲ ଗ୍ରୁପ୍‌ କରୋନା ଭ୍ୟାକ୍ସିନ୍‌ ସ୍ପୁଟନିକ୍‌-ଭି ନିର୍ମାଣ ପାଇଁ ରୁଷୀୟ କମ୍ପାନୀ ସହ ଟାଇଅପ୍‌ କରିଛି। ଏହାର ଅଧିକାଂଶ ପ୍ରଡକ୍ଟ ଆମେରିକା, ୟୁରୋପ, ଦୁବାଇ ଏବଂ ଅନ୍ୟାନ୍ୟ ଆଫ୍ରିକୀୟ ଦେଶରେ ରପ୍ତାନୀ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.