‘ଦୁଷ୍କର୍ମୀ କକାକୁ ନିଆଁରେ ଜିଅନ୍ତା ଜାଳି ଦିଅ’

ରାଞ୍ଚି : ଝାଡ଼ଖଣ୍ଡ ଅନ୍ତର୍ଗତ ଚାଇବାସା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୧୩ ବର୍ଷର ନାବାଳିକା ସହ ତାର ୨୮ ବର୍ଷୀୟ କକା ଶାରୀରିକ ସମ୍ପର୍କ ରଖିବା ପରେ ନାବାଳିକାଟି ଗର୍ଭବତୀ ହୋଇଛି । ଏକଥା ଜଣାପଡ଼ିବା ପରେ ଗାଁ ଲୋକେ ମହାପଞ୍ଚାୟତ ଡାକିଥିଲେ । ଆଉ ପଞ୍ଚାୟତର ରାୟ ଥିଲା ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା କକାକୁ ନିଆରେ ପୋଡ଼ି ଜୀଅନ୍ତା ମାରିଦିଅ । ତା ସହିତ ୫ ଲକ୍ଷ ଟଙ୍କାର ଜୋରମାନା ଦେବାକୁ ନିର୍ଦ୍ଦେଶ ହୋଇଛି ।

ନିଜ ଭାଇର ଝିଅକୁ ଧମକାଇ ଦୁଷ୍କର୍ମ କରୁଥିଲା ଏହି ଯୁବକ । ତେବେ ନାବାଳିକାଟି ଗର୍ଭବତୀ ହେବା ପରେ ଘଟଣା ପଦାକୁ ଆସିଥିଲା । ବିଚାର ବେଳେ ମହାପଞ୍ଚାୟତରେ ଗ୍ରାମବାସୀଙ୍କ ସହ ଆଦିବାସୀ ହୋ’ ସମାଜ ଯୁବ ମହାସଭାର ପଦାଧିକାରୀ ଉପସ୍ଥିତ ଥିଲେ । ଦୁଷ୍କର୍ମୀ କକାକୁ ସେଠାକୁ ଡାକିବା ପରେ ସେ ଭୟରେ ଦୋଷ ସ୍ବୀକାର କରି ନେଇଥିଲା ।

ସେପଟେ ପୋଲିସ୍ ମଧ୍ୟ ଘଟଣାର ତଦନ୍ତ କରୁଛି । ଏହା ଅତ୍ୟନ୍ତ ଗମ୍ଭୀର ଓ ସମ୍ବେଦନଶୀଳ ମାମଲା ବୋଲି ସ୍ଥାନୀୟ ଏସପି କହିଛନ୍ତି । କାରଣ ସହ ଆଦିବାସୀ ହୋ’ ସମାଜ ଯୁବ ମହାସଭାର ଜିଲ୍ଲା ଅଧ୍ୟକ୍ଷ ଗବର ସିଂହ ହେମ୍ବ୍ରମ ପଞ୍ଚାୟତର ଫଇସଲା ଶୁଣାଇଥିଲେ । ଯେଭଳି ତାଙ୍କ ଆଦିବାସୀ ସମାଜରେ ଭବିଷ୍ୟତରେ ଏପରି ଘଟଣା ନଘଟୁ ସେଥିପାଇଁ ସେମାନଙ୍କ ପରମ୍ପରା ଅନୁସାରେ ଉଭୟ ଅଭିଯୁକ୍ତ ଓ ପୀଡ଼ିତାଙ୍କୁ ଜୀଅନ୍ତା ଜାଳିଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ପଞ୍ଚାୟତ ସମର୍ଥନ କରିଥିଲା । ପୋଲିସ୍ ଏବେ ସ୍ଥିତି ସମ୍ଭାଳିବା ପାଇଁ ଉଦ୍ୟମ କରୁଛି ।