ଜମ୍ମୁ ମର୍ମନ୍ତୁଦ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଦିଆଯିବ ୨-୨ ଲକ୍ଷ ଟଙ୍କା, ଗଭୀର ଦୁଃଖ ପ୍ରକାଶ କଲେ ନୀତୀଶ କୁମାର
ଜମ୍ମୁ ବସ୍ ଦୁର୍ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଧୌର୍ଯ୍ୟଶକ୍ତି ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
ଜମ୍ମୁରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ବସ୍ ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିହାରର ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍ଟି ଅମୃତସରରୁ କଟରା ଅଭିମୁଖେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଖାଇରେ ଖସି ପଡ଼ିଥିଲା। ସେପଟେ ଏହି ଦୁର୍ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଧୌର୍ଯ୍ୟଶକ୍ତି ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ସମସ୍ତ ଆହତଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ଶୀଘ୍ର ଆରୋଗ୍ୟ ମଧ୍ୟ କାମନା କରିଛନ୍ତି।
ଜମ୍ମୁ-କାଶ୍ମୀର ସରକାରଙ୍କ ସହ ଆବଶ୍ୟକ ସମନ୍ୱୟ ରକ୍ଷା କରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ସମସ୍ତ ପ୍ରକାରର ସହାୟତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୂଆଦିଲ୍ଲୀ ରେସିଡେଣ୍ଟ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
J&K | 10 people died after a bus going from Amritsar to Katra fell into a deep gorge. The injured have been shifted to hospital: Jammu DC
— ANI (@ANI) May 30, 2023