ରୋହିଣୀ ଡିପୋରେ ଚାର୍ଜିଂ ସମୟରେ ବସ୍‌ରେ ଲାଗିଲା ନିଆଁ, ଟଳିଗଲା ବଡ଼ ଦୁର୍ଘଟଣା

ଦିଲ୍ଲୀ :  ଦିଲ୍ଲୀର ରୋହିଣୀରେ ଥିବା ଡିଟିସି ଡିପୋରେ ଉତ୍ତେଜନା ଦେଖାଦେଇଥିଲା ।  ଯେତେବେଳେ ଏକ ଚାର୍ଜ ହେଉଥିବା ଇଲେକ୍ଟ୍ରିକ୍ ବସ୍ ହଠାତ୍ ନିଆଁ ଲାଗିଗଲା । ବସ୍‌ର ଛାତ ଉପରେ ଥିବା ବ୍ୟାଟେରୀ କ୍ୟାବିନ୍‌ରୁ ନିଆଁ ଲାଗିଥିଲା ।  ଅଗ୍ନିଶମ ବିଭାଗ ତୁରନ୍ତ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା  ।

ସୂଚନା ଅନୁଯାୟୀ, ସକାଳେ ବସ୍‌ଟି ଚାର୍ଜିଂ ପଏଣ୍ଟରେ ପାର୍କିଂ ହୋଇଥିବା ବେଳେ ଏହି ଘଟଣା ଘଟିଥିଲା  ।  ହଠାତ୍ ଧୂଆଁ ଉଠିବା ଦେଖି କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସମୟୋଚିତ ପଦକ୍ଷେପ ଯୋଗୁଁ ନିଆଁ ଅନ୍ୟ ବସ୍‌କୁ ବ୍ୟାପିପାରିଲା ନାହିଁ ଏବଂ କୌଣସି ଜୀବନହାନି ହୋଇନାହିଁ ।

ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର ତିନୋଟି ଗାଡ଼ି ପହଞ୍ଚି କିଛି ସମୟ ମଧ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ଦେଇଥିଲେ । ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି ।  ଦିଲ୍ଲୀ ପରିବହନ ବିଭାଗ ଏହି ଘଟଣାକୁ ଗମ୍ଭୀରତାର ସହ ନେଉଛି  ଏବଂ  ବୈଦ୍ୟୁତିକ ବସ୍‌ଗୁଡ଼ିକର ଚାର୍ଜିଂ ପ୍ରକ୍ରିୟା ଏବଂ ବ୍ୟାଟେରୀ ସୁରକ୍ଷା ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି, ଯାହା ଦ୍ଵାରା ଭବିଷ୍ୟତରେ ଏପରି ଘଟଣା ଏଡା ଯାଇପାରିବ ।
Also read: ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ରୋଗୀଙ୍କ ସମେତ ଆମ୍ବୁଲାନ୍ସର କର୍ମଚାରୀ