ଉତ୍ତରପ୍ରଦେଶ ଇଟାଓ୍ଵାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍- ଓ୍ୱେରେ କାର୍ କୁ ପିଟିଲା ହାଇସ୍ପିଡ୍ ଡବଲ ଡେକର ବସ୍ । ଏହାପରେ ବସ୍ଟି ୫୦ ଫୁଟ ତଳକୁ ଖସିପଡିଲା । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୨ ଜଣ ଗୁରୁତର ରହିଛନ୍ତି ।
ଖବର ମୁତାବକ, ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାଏ ବରେଲିରୁ ଦିଲ୍ଲୀ ଯାଉଥିବା ଏକ ଡବଲ ଡେକର ବସ୍ ରାତି ପ୍ରାୟ ସାଢ଼େ ୧୨ଟାରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହପରେ ବସ୍ ଟି ଏକ୍ସପ୍ରେସ୍-ଓ୍ୱେରୁ ୫୦ ଫୁଟ ତଳକୁ ଖସିପଡିଥିଲା ।
ଏହି ଦୁର୍ଘଟଣାରେ କାରରେ ଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ୪ ଜଣ ଯାତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି । ବସରେ ମୋଟ ୬୦ ଜଣ ଯାତ୍ରୀ ଥିଲେ ।
#WATCH | Etawah, Uttar Pradesh: 7 killed in a collision between a double-decker bus and car on Agra Lucknow Expressway
SSP Etawah Sanjay Kumar Verma says, “A double-decker bus going from Raebareli to Delhi collided with a car at around 12:30 am. There were 60 people on the bus,… pic.twitter.com/LcuMLYDLpN
— ANI UP/Uttarakhand (@ANINewsUP) August 4, 2024
ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଦୁର୍ଘଟଣା ବେଳେ ବସରେ ଥିବା ସମସ୍ତ ଯାତ୍ରୀ ଶୋଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ପୋଲିସ କହିବା ମୁତାବକ, ବସ୍ରେ ନାଗାଲାଣ୍ଡ ନମ୍ବର ଥିଲା । କାରଟି ଆଗ୍ରାରୁ ଲକ୍ଷ୍ନୌ ଆଡକୁ ଯାଉଥିଲା । ଦୁର୍ଘଟଣାରେ ବସ୍ ଅନିୟନ୍ତ୍ରିତ ହୋଇ ୫୦ ଫୁଟ ତଳକୁ ଖସିପଡିଥିଲା । ତେବେ ମୃତକଙ୍କ ମଧ୍ୟରେ ମହିଳା ରହିଛନ୍ତି । କାର୍ ଚାଳକଙ୍କୁ ନିଦ ଲାଗିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।