ଦେଶ ବିଦେଶ

ବସରେ ଯାତ୍ରା କରୁଥିବା କୁକୁଡାର ଟିକେଟ କାଟିଲେ କଣ୍ଡକ୍ଟର, ଜାଣନ୍ତୁ କାହିିଁକି

ବସରେ ଯାତ୍ରା କଲେ ଆପଣଙ୍କୁ ଭଡା ଦେବାକୁ ପଡିଥାଏ। ଆପଣ ବି ଟିକେଟ ନେଇ ବସରେ ଯାତ୍ରା କରିଥିବେ। କିନ୍ତୁ ତେଲେଙ୍ଗାନାରେ କିଛି ଏମିତି ଅଜବ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହୋଇଯିବ। କାହିଁକିନା ବସରେ ଯାତ୍ରା କରିବା କାରଣରୁ କଣ୍ଡକ୍ଟର କୁକୁଡା ଠାରୁ ୩୦ ଟଙ୍କା କାଟିଲେ ବସ୍‌ ଭଡା। ଯାହାପରେ କୁକୁଡାର ବସ୍‌ ଟିକେଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତେଲେଙ୍ଗାନା ରାଜ୍ୟ ସଡକ ପରିବହନ ନିଗମର ଏକ ବସରେ ଯାତ୍ରା କରିବା ଦ୍ୱାରା ଗୋଟେ କୁକୁଡାକୁ ୩୦ ଟଙ୍କା ବସ୍‌ ଭଡା ଦେବାକୁ ପଡିଛି। ଖବର ଅନୁଯାୟୀ ତେଲେଙ୍ଗାନାର କରୀମନଗର ଜିଲ୍ଲାରେ ଟିଏସଆରଟିସି ବସ୍‌ କଣ୍ଡକ୍ଟର ଏକ କୁକୁଡା ଠାରୁ ବସ୍‌ ଭଡା କାଟିଛନ୍ତିି। କଣ୍ଡକ୍ଟର କୁକୁଡାର ମାଲିକକୁ ତାଙ୍କ ସହ କୁକୁଡାର ବି ଭଡା ଦେବାକୁ କହିଲେ ଏବଂ କୁକୁଡାର ଏକ ଯାତ୍ରୀ ଟିକେଟ ୩୦ ଟଙ୍କାର କାଟିଦେଲେ। ତେବେ ଆଶ୍ଚର୍ଯ୍ୟ ଲାଗୁଥିବା ଏ ଘଟଣା ସତରେ ଘଟିଛି। ବାସ୍ତବରେ ଘଟଣାଟି କିଛି ଏପରି ଥିଲା।

ତିରୁପତି ପିଦ୍ଦାପଲୀ ରୁ କରୀମନଗର ଯାଉଥିବା ଏକ ବସରେ ଜଣେ ଯାତ୍ରୀ ନିଜ ସାଥିରେ କୁକୁଡାକୁ ଧରି ଚଢ଼ିଲେ। ତେବେ ଭଡା ନେବା ପାଇଁ କଣ୍ଡକ୍ଟର ଆସି ମହମ୍ମଦ ଅଲି ନାମକ ଏହି ଯାତ୍ରୀଙ୍କ ଠାରୁ କୁକୁଡାର ବି ଟିକେଟ କାଟିବା ପାଇଁ କହିଲେ। କୁକୁଡାର ଭଡା କଥା ଶୁଣି ପ୍ରଥମେ ତ ଉଭୟଙ୍କ ଭିତରେ କିଛି ସମୟ ଯୁକ୍ତତର୍କ ଚାଲିଲା। କିନ୍ତୁ ଯେତେବେଳେ ବସ୍‌ କଣ୍ଡକ୍ଟର ମାନିଲେନାହିଁ ବାଧ୍ୟ ହୋଇ କୁକୁଡା ମାଲିକ ସାଥିରେ ନେଇଥିବା କୁକୁଡାର ବି ଭଡା ୩୦ ଟଙ୍କା ଦେଲେ।

ତେବେ ଏହି ପୂରା ଘଟଣାକୁ ବସରେ ବସିଥିବା ଜଣେ ଯାତ୍ରୀ ଭିଡିଓ କରିଥିଲେ। ଯାହାପରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେତେବେଳେ ଏହି ଖବର ଟିଆସିଟିସିର ଅଧିକାରଙ୍କ ପାଖରେ ପହଁଚିଲା ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଜଣେ ଅଧିକାରୀ କହିଛନ୍ତି କଣ୍ଡକ୍ଟରଙ୍କୁ କୁକୁଡାର ଟିକେଟ କାଟିବା ବଦଳରେ ସେହି ଯାତ୍ରୀଙ୍କୁ ବସରୁ ଓହ୍ଲାଇଦେବାର ଥିଲା। କାହିଁକିନା ଟିଆରସିଟିସି ବସରେ ଜୀବଜନ୍ତୁଙ୍କୁ ନେଇଯିବାର ଅନୁମତି ନାହିଁ। ତେବେ ଅଧିକାରୀ ଜଣଙ୍କ କହିଛନ୍ତି ଯେ ମାମଲାର ଯାଞ୍ଚ୍‌ କରାଯିବ ଏବଂ କଣ୍ଡକ୍ଟରଙ୍କ ଠାରୁ ସ୍ପଷ୍ଟୀକରଣ ନିଆଯିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁୁ ଯେ ଏହା ପ୍ରଥମ ମାମଲା ନୁହେଁ, ଏହାପୂର୍ବରୁ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମର ଏକ ବସରେ ଏକ କୁକୁଡା ଛୁଆର ଟିକେଟ କଟାଯାଇଥିଲା। କୁକୁଡା ଚିଆଁ ଠାରୁ ୫୨ ଟଙ୍କା ଭଡା କଟା ଯାଇଥିଲା।

Pritiparna

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 min ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

30 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

49 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

57 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago