ଦେଶ ବିଦେଶ

ପୁଣି ନିର୍ଭୟା କାଣ୍ଡ, ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଡ୍ରାଇଭର ଏବଂ କଣ୍ଡକ୍ଟର

ପୁଣି ନିର୍ଭୟା କାଣ୍ଡ । ଏଥର କିନ୍ତୁ ରାଜଧାନୀ ଦିଲ୍ଲୀ ନୁହେଁ ଜୟପୁରରେ ଘଟିଛି ଏଭଳି ଘଟଣା । ଚଳନ୍ତା ବସରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ । ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ପୀଡିତା ଜଣକ ଥାନାରେ ଅଭିଯୋଗ ଦାଏର କରିଛନ୍ତି ।

ଖବର ମୁତାବକ, ଯୁବତୀ ଜଣକ ଡିସେମ୍ବର ୯ ତାରିଖ ସନ୍ଧ୍ୟାରେ କାନପୁର ଭିଡିଓକୋଚ ବସରେ ଜୟପୁର ଆସିବା ପାଇଁ ବସିଥିଲେ । ବସ୍‌ର ସମସ୍ତ ସିଟ୍‌ ଫୁଲ ହୋଇଯାଇଥିବାରୁ ଡ୍ରାଇଭର ଅନ୍ୟ ୭/୮ ଜଣଙ୍କ ସହିତ ବସ୍‌ କ୍ୟାବିନରେ ଯୁବତୀଙ୍କୁ ବସାଇଥିଲେ । ତେବେ କ୍ୟାବିନରେ ବସିଥିବା ସମସ୍ତ ଲୋକ ରାତିରେ ନିଜ ନିଜ ସ୍ଥାନରେ ଓହ୍ଲାଇ ପଡିଥିଲେ । ତେଣୁ କ୍ୟାବିନରେ ଯୁବତୀ ଜଣକ ଏକୁଟିଆ ରହିଯାଇଥିଲେ । ଯୁବତୀଙ୍କୁ ଏକୁଟିଆ ଦେଖି ଯୁବତୀଙ୍କୁ ବସ୍‌ର ସ୍ଲିପର ସିଟରେ ଶୋଇବାକୁ ପଠାଇଦେଇଥିଲା ଡ୍ରାଇଭର । ଏହାର କିଛି ସମୟ ପରେ ଡ୍ରାଇଭର ଯୁବତୀଙ୍କ ପାଖକୁ ଆସି ଦୁଷ୍କର୍ମ କରିଥିଲା । ପୀଡିତା ଚିତ୍କାର କଲେ କେହି ନ ଶୁଣିପାରୁନ୍ତୁ, ତେଣୁ ବସ୍‌ର ମ୍ୟୁଜିକକୁ ଅଧିକ ସାଉଣ୍ଡ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ହେଲେ ଜଣେ ଯାତ୍ରୀ ଯୁବତୀଙ୍କ ଚିତ୍କାର ଶୁଣିବା ପରେ ବସକୁ ଜବରଦସ୍ତି ଅଟକାଇଥିଲେ । ଏହାପରେ ଯାତ୍ରୀମାନେ ବସ୍‌ ଡ୍ରାଇଭରକୁ ମାରପିଟ କରିବା ସହିତ ପୋଲିସକୁ ହସ୍ତାନ୍ତର କରିଥିଲେ ।

ଏହି ଘଟଣାରେ ପୋଲିସ ସହାୟକ ଆୟୁକ୍ତ ଫୁଲଚନ୍ଦ ମିଣା କହିଛନ୍ତି, ପୀଡିତା ଯୁବତୀ କାନପୁରର ଜୟପୁର ଯାଉଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପୀଡିତା ଜଣକ ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ଆଇପିସି ଧାରା ୩୭୬ (ଗଣଦୁଷ୍କର୍ମ), ଏସ/ଏସି ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଜଣେ ଫେରାର ରହିଛି ।

Swagatika

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

5 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

7 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

24 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

50 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

54 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

56 mins ago