ଉତ୍ତରାଖଣ୍ଡରେ ପାହାଡ଼ ତଳକୁ ଖସିଲା ବସ୍ : ୧୪ ମୃତ, ୧୮ ଜଣ ଆହତ

ଉତ୍ତରାଖଣ୍ଡ : ଘାଟିରୁ ୨୫୦ ମିଟର ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡ ସୂର୍ୟ୍ୟଧର ନିକଟ ଋଷିକେଶ ଗଙ୍ଗୋତ୍ରୀ ରାଜପଥରେ ଘିଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାଗ୍ରସ୍ତ ବସରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ସେହିପରି ଏଥିରେ ନିୟୋଜିତ ହୋଇଛି ହେଲିକପ୍ଟର। ସେପଟେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର। ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରାଖଣ୍ଡ ସରକାର ।
#UPDATE: State govt has directed helicopters be made available to bring the injured to AIIMS. The next kin of the deceased will be provided compensation of Rs 2 Lakh each. Rs 50,000 each will be provided to the injured. Magisterial inquiry has been ordered into the matter. https://t.co/BUyqdbgHHm
— ANI (@ANI) July 19, 2018