ମଧ୍ୟପ୍ରଦେଶର ଖରଗାଁରେ ଭୟଙ୍କର ବସ୍ ଦୁର୍ଘଟଣା: ପୋଲ ତଳକୁ ବସ୍ ଖସି ୧୫ ମୃତ, ୨୫ ଆହତ
ମଧ୍ୟପ୍ରଦେଶ ଖରଗାଁରେ ପୋଲରୁ ଖସି ପଡିଲା ବସ୍ । ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ବସ୍ରେ ୫୦ ଯାତ୍ରୀ ରହିଥିଲେ । ବସ୍ଟି ଇନ୍ଦୋର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ମଧ୍ୟପ୍ରଦେଶ ଖରଗାଁରେ ପୋଲରୁ ଖସିଲା ବସ୍ । ୧୫ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୫ଜଣ ଆହତ ହୋଇଥିବା ଖବର ମିଳିଛି । ଖରଗାଁ ଠାରୁ ୪୦ କିଲୋମିଟର ଦୂର ଦରଭଙ୍ଗା ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଏବଂ ମୃତକଙ୍କ ପରିବାର କ୍ଷତିପୂରଣ ଦେବାକୁ ସରକାର ଘୋଷଣା କରିଛନ୍ତି ।
ସୂଚନା ମୁତାବକ, ମଙ୍ଗଳବାର ସକାଳେ ବସଟି ଇନ୍ଦୋର ଯାଉଥିବା ବେଳେ ଖରଗାଁ ଟେମଲା ରାସ୍ତାରେ ଦରଭଙ୍ଗା ନିକଟରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିବାରୁ ବସଟି ପୋଲ ତଳକୁ ଖସିପଡିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଆସି ଆହତଙ୍କୁ ଉଦ୍ଧାର କରିଥିଲେ । ତା’ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନା ପଠାଇଥିଲା । ଏହି ବସ୍ରେ ୫୦ ଯାତ୍ରୀ ରହିଥିବା ଖରଗାଁର ପୋଲିସ ଏସପି କହିଛନ୍ତି ।
Madhya Pradesh | 15 people dead and 25 injured after a bus falls from a bridge in Khargone. Rescue operation underway: Dharam Veer Singh, SP Khargone pic.twitter.com/X66l8Vt7iT
— ANI (@ANI) May 9, 2023
ତେବେ ମଧ୍ୟପ୍ରଦେଶ ସରକାର ଖରଗାଁ ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିଜନଙ୍କୁ କ୍ଷତିପୂରଣ ଘୋଷଣା କରିବା ସହିତ ଆହତମାନଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ, ଗୁରୁତର ଆହତଙ୍କୁ ୫୦ ହଜାର ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।