ଘାଇକୁ ଖସିପଡିଲା ବସ୍‌, ୨୦ ମୃତକଙ୍କ ମଧ୍ୟରେ ସ୍କୁଲ ପିଲା ଥିବା ସୂଚନା

ହିମାଚଳ ପ୍ରଦେଶର କୁଲ୍ଲୁରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଆଜି ସକାଳେ ସେଞ୍ଜ ଅଞ୍ଚଳରେ ଖାଇକୁ ଖସିପଡିଥିଲା ଏକ ବସ୍ । ଏହି ବସ୍‌ରେ ପିଲାଙ୍କ ସହିତ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବସରେ ମୋଟ ୪୫ ଜଣ ଯାତ୍ରୀ ଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ୧୬ ଜଣ ଲୋକଙ୍କର ମୃତଦେହକୁ ବାହାର କରାଯାଇଛି।

ତେବେ ଏହି ପ୍ରାଇଭେଟ ବସଟି ରାସ୍ତାରେ ଯାଉଥିବା ବେଳେ ଖାଇକୁ ଖସିପଡ଼ିଥିଲା । ସୂଚନା ମୁତାବକ, ବସଟି ସେଞ୍ଜ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଅଚାନକ୍ ଜଙ୍ଗଲା ନାମକ ସ୍ଥାନର ଏକ ବୁଲାଣିରେ ବସଟି ନିୟନ୍ତ୍ରଣ ହରାଇଥିଲା ଓ ଖାଇକୁ ଖସିପଡ଼ିଥିଲା ।

କୁହାଯାଉଛି ଯେ, ଏହି ବସରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ସ୍କୁଲର କିଛି ପିଲା ବି ସାମିଲ ଥିଲେ, ଯେଉଁମାନେ ସ୍କୁଲକୁ ଯିବାପାଇଁ ବସରେ ଚଢ଼ିଥିଲେ । ସୂଚନା ମିଳିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.