ଖାଇରେ ଖସିଲା ଯାତ୍ରୀବାହୀ ବସ୍ : ୩୬ ମୃତ, ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କାର ସହାୟତା
ଖାଇକୁ ଖସିଲା ଯାତ୍ରୀବାହୀ ବସ୍ । ଉତ୍ତରାଖଣ୍ଡର ଅଲ୍ମୋଡାର ମାର୍ଚୁଲାରେ ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ ୪୫ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଆଗକୁ ଆଉ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଧାମି ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନ ୪-୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ସେହିପରି ଆହତଙ୍କୁ ୧-୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହାସହିତ କମିଶନର ଘଟଣାକୁ ନେଇ ମାଜିଷ୍ଟ୍ରେଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ମୁତାବକ, ସୋମବାର ଗୌରାଖାଲରୁ ଏକ ବସ୍ ରାମନଗରରୁ ଯାଉଥିଲା । ବସଟି ସଲ୍ଟ କୁପି ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ଖାଇକୁ ଖସି ପଡିଥିଲା । ତେବେ ଦୁର୍ଘଟଣା ସମୟରେ କିଛି ଯାତ୍ରୀ ବସ୍ରୁ ବାହାରକୁ ଡେଇଁ ପଡି ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସ୍ରେ ମୋଟ ୪୫ ଜଣ ଯାତ୍ରୀ ଥିଲେ ।
ସେପଟେ ସୂଚନା ମିଳିବା ପରେ ଏସଡିଆରଏଫର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରଖାଯାଇଛି ।
#WATCH | Uttarakhand: A Garwal Motors Users’ bus fell into a gorge near Kupi in Ramnagar at Pauri-Almora border. Deaths and injuries feared. Search and rescue operation underway. Details awaited.
(Video: SDRF) pic.twitter.com/dzSgKw6tkF
— ANI (@ANI) November 4, 2024