ପାକିସ୍ତାନରେ ପୁଣି ମର୍ମନ୍ତୁଦ ଦୁର୍ଘଟଣା, ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ମିଳିଲା ୧୬ ମୃତଦେହ

ପାକିସ୍ତାନ ଅଧିକୃତ ଗିଲଗିତ-ବାଲିସ୍ତାନ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ସିନ୍ଧୁ ନଦୀକୁ ଖସି ପଡିଛି । ଫଳରେ ୧୬ ଜଣଙ୍କ ମୃତଦେହକୁ ଜବତ କରାଯାଇଛି । ସମସ୍ତ ଯାତ୍ରୀ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ ।

ଖବର ମୁତାବକ, ଦୁର୍ଘଟଣା ହୋଇଥିବା ବସ୍ଏଷ୍ଟାରରୁ ପଞ୍ଜାବର ଚକୱାଲା ଜିଲ୍ଲାକୁ ଯାଉଥିଲା । ରାସ୍ତାରେ ବସ୍ ପୋଲରୁ ସିନ୍ଧୁ ନଦୀକୁ ଖସି ପଡିଥିଲା । ବସ୍ ଟି ନଦୀକୁ ଖସି ପଡିବା ପରେ ୧୬ ଜଣଙ୍କର ପ୍ରାଣ ଚାଲିଯାଇଛି । ୧୬ ଜଣଙ୍କର ମୃତଦେହ ଜବତ କରାଯାଇଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି । ଘଟଣାରେ ଜଣେ ମହିଳା ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଗକୁ ମୃତକଙ୍କ ସଂଖା ବଢିପାରେ ।

ସୂଚନାଯୋଗ୍ୟ, ପାକିସ୍ତାନ ବେଲୁଚିସ୍ତାନର କ୍ବେଟା ଷ୍ଟେସନରେ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ୬୨ରୁ ଅଧିକ ଆହତ ହୋଇଥିଲେ ।  ବିସ୍ଫୋରଣ ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଥିଲା । ବିସ୍ଫୋରଣ ସମୟରେ ଅଧିକାଂଶ ଯାତ୍ରୀ ପ୍ଲାଟଫର୍ମରେ ଉପସ୍ଥିତ ଥିଲେ । କ୍ୱେଟାସ୍ଥିତ ସିଭିଲ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଥିଲା ।

You might also like