ସୌରଭ ଗାଙ୍ଗୁଲିଙ୍କ ଝିଅ କାର୍ କୁ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଗଲା ଜୀବନ
ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲିଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । କୋଲକାତା ସ୍ଥିତ ଡାୟମଣ୍ଡ ହାର୍ବର ରୋଡରେ ଏକ ବସ୍ ସନାଙ୍କ କାରକୁ ଧକ୍କା ଦେଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବସ ଡ୍ରାଇଭରକୁ ଧରିବାରେ ସଫଳ ହୋଇଛି ।
ଖବର ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ସନା ତାଙ୍କ ଗାଡ଼ିରେ କେଉଁଆଡ଼େ ଯାଉଥିଲେ । କୋଲକାତା ସ୍ଥିତ ଡାୟମଣ୍ଡ ହାର୍ବର ରୋଡରେ ଏକ ବସ୍ ସନାଙ୍କ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ ସନା କାର୍ ଭିତରେ ରହିଥିଲେ । ସନା ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ସନାଙ୍କ କାରକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲା ଡ୍ରାଇଭର । କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉକ୍ତ ଡ୍ରାଇଭରକୁ ଧରିବାରେ ସଫଳ ହୋଇଥିଲା । ଏହି ଅଘଟଣ ସୌରଭ ଗାଙ୍ଗୁଲିଙ୍କ ବାସଭବନ ଠାରୁ ଅଳ୍ପ ଦୂରରେ ହୋଇଥିଲା ।
ପୋଲିସ କହିବା ମୁତାବକ, ଏକ ବସ୍ ଗାଙ୍ଗୁଲିଙ୍କ ଝିଅ ଥିବା କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ କାର୍ ଭିତରେ ସୌରଭ ଗାଙ୍ଗୁଲିଙ୍କ ଝିଅ ଏବଂ ଡ୍ରାଇଭର କାରରେ ରହିଥିଲେ । ଏହି ଘଟଣାରେ ବେଶି କିଛି କ୍ଷତି ହୋଇନାହଁ । କାରରେ ଥିବା ଦୁଇ ଜଣ ସୁରକ୍ଷିତ ରହିଛନ୍ତି । ତେବେ ଦୁର୍ଘଟଣାରୁ ଦୁହେଁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକ ଏବଂ ପୋଲିସ ପିଛା କରି ଧରିଛି । ଡ୍ରାଇଭରକୁ ଏବେ ପଚରାଉଚରା କରୁଛି ପୋଲିସ ।
ସୂଚନାଯୋଗ୍ୟ,ଗତବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ମାମଲାରେ ହେଉଥିବା ପ୍ରତିବାଦରେ ସାମିଲ ହୋଇଥିଲେ ସୌରଭ ଗାଙ୍ଗୁଲି । ସୌରଭ କୋଲକାତାର ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିବା ସହ କୋଲକାତା ବଳାତ୍କାର ଓ ହତ୍ୟା ଘଟଣାକୁ ଲଜ୍ଜାଜନକ କହିଥିଲେ । ଏହି ମାମଲାର ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ ସୌରଭ । ସୋସିଆଲ ମିଡିଆରେ ପୀଡିତାଙ୍କ ନା ଏବଂ ଫଟୋ ଦେଖାଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ଜାହିର କରିଥିଲେ ।