ଉତ୍ତରପ୍ରଦେଶ : ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ବସ୍‌ ଓ ଟ୍ରକ ଧକ୍କା, ୩ ମୃତ, ୮୭ ଆହତ

ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟୁରିଷ୍ଟ ବସ୍‌ ଓ ଟ୍ରକ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୭ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଥାନା ନଗଲା ଖଗର ଅଞ୍ଚଳରେ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ ୱେର ପିଲର-୫୯ ନିକଟରେ ହୋଇଛି । ବସରେ ଯାତ୍ରୀ ଭର୍ତ୍ତି ରହିଥିଲେ । ହଠାତ୍‌ ଡ୍ରାଇଭର ଆଖି ଲାଗିଯିବାର ବସ୍‌ଟି ଆଗରେ ଯାଉଥିବା ଟ୍ରକକୁ ଧକ୍କା ଦେଇଥିଲା ।

ଖବର ମୁତାବକ, ବସରେ ୧୫୦ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ୮୭ ଲୋକ ଆହତ ହୋଇଥିଲେ । ଦୁର୍ଘଟଣା ବିଷୟରେ ଖବର ମିଳିବ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ଫିରୋଜାବାଦ ଏସପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୁର୍ଘଟଣା ରାତି ୧.୦୦ରେ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଉନ୍ନାଓରେ ଆଗ୍ରାମ-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ଡବଲ ଡେକର ବସ୍‌ ଏବଂ କ୍ଷୀର ବୋଝେଇ ଟ୍ୟାଙ୍କର ଧକ୍କା ହୋଇଥିଲା । ବସ୍‌ଟି ଉନ୍ନାଓର ଗଢ଼ାଗାଁ ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ବସ୍‌କୁ ଓଭରଟେକ୍‌ କରିଥିଲା । ଏହି ସମୟରେ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହୋଇଥିଲା । ବସ୍‌ ଧକ୍କା ହେବା ଫଳରେ ବହୁତ ଥର ଓଲଟିଥିଲା । ଏତେଥର ଓଲଟିବା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବସଟି ବିହାରର ସୀତାମଢିରୁ ଦିଲ୍ଲୀ ଯାଉଥିଲା ।

ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସ୍‌ରୁ ତୁରନ୍ତ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଯାଇଥିଲା । ସେଠାରେ ଡାକ୍ତର ୧୮ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଲକ୍ଷ୍ନୌ ରେଫର କରି ଦିଆଯାଇଛି । ୧୮ ଜଣ ମୃତକଙ୍କ ମଧ୍ୟରେ ୧୪ ଜଣ ପୁରୁଷ ଏବଂ ୩ ଜଣ ମହିଳା ଏବଂ ଜଣେ ଶିଶୁ ଥିଲେ ।

You might also like