କର୍ଣ୍ଣାଟକରୁ ଆସିଲା ଭୟଙ୍କର ଦୁର୍ଘଟଣା, ଖାଲରେ ଖସି ଘର ଉପରେ ଚଢିଗଲା ବସ୍

କର୍ଣ୍ଣାଟକର ଚିକ୍କମାଗାଲୁରୁରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ବସଟି ଖାଲରେ ପଡି ଗୋଟେ ଘର ଉପରେ ଚଢିଯାଇଛି  ।  ଫଳରେ   ବସରେ ଥିବା ୪୦ଜଣ ଯାତ୍ରୀଙ୍କ ସହ ଚାଳକ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପରେ ଆହତଙ୍କୁ ହସ୍ପିଟାଲକୁ ପଠାଇଥିଲା । ଅନୁମାନ କରାଯାଉଛି ଯେ, ଚାଳକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନାନୁଯାୟୀ, ଚିକ୍କମାଗାଲୁରୁ ଜିଲ୍ଲାରେ କୋପ୍ପା ତାଲୁକା ନିକଟରେ ବୁଧବାର ଦିନ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ରାଜ୍ୟ ପରିବହନର KSRTC ବସଟି ଚିକ୍କମାଗାଲୁରୁ ଶୃଗାଙ୍ଗାରୁକୁ ଯାଉଥିଲା । ଜୟାପୁର ନିକଟରେ ବସ ନିୟନ୍ତ୍ରଣ ହରାଇ ଖାଲରେ ଖସି ପଡିଥିଲା । ଏହି ସମୟରେ  ଢାଲ ଉପରେ ଥିବା ଘର ଉପରକୁ ବସଟି ଚଢିଯାଇଥିଲା । ବସରେ ପାଖାପାଖି ୪୦ ଯାତ୍ରୀ ଯାତ୍ରା କରୁଥିବାର ସୂତ୍ରରୁ ପ୍ରକାଶ ପାଇଛି । ଦୁର୍ଘଟଣା ସମୟରେ ଝପସା ବର୍ଷା ଲାଗିରହିଥିଲା ଫଳରେ ରାସ୍ତା ଖସଡା ହୋଇଥିବା ଯୋଗୁଁ ଚାଳକ ନିୟନ୍ତ୍ରଣ ହରାଇବସିଥିଲେ । ବସ ଘର ଉପରେ ଖସିପଡିବାରୁ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଚାଳକ ଏବଂ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଯାତ୍ରୀମାନଙ୍କର ସାମାନ୍ୟ ଆଘାତ ହୋଇଛି । ବସ ଚାଳକଙ୍କ ସମେତ ଅନ୍ୟ ଆହତଙ୍କୁ କୋପ୍ପା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଢାଲରେ ଘର କରି ରହିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆହତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ହସ୍ପିଟାଲକୁ ପଠାଇଥିବା ସହ ପୋଲିସ ମାମଲାକୁ ରୁଜୁ କରିଛି ।

ଅନ୍ୟପଟେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟି ଦ୍ରୁତ ଗତିରେ ଆସୁଥିଲା । ବସଟି ପୁରୁଣା ହୋଇଯାଇଥିବାରୁ ସେଥିରେ ଯାନ୍ତ୍ରିକ ସମସ୍ୟା ଥିବା ଜଣାପଡୁଥିଲା ଯାହା ସ୍ଥାନୀୟ ଲୋକେ ମତ ଦେଇଛନ୍ତି । ଦ୍ରୁତ ଗତିରେ ଗାଡି ଚଲାଇବା ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

 

Also Read : ଦିଲ୍ଲୀରେ ଚିନ୍ତା ବଢାଇଲା ବିଦ୍ୟୁତ ଚାହିଦା, ୫୦୨୯ ମେଗାୱାଟ ଛୁଇଁ ଭାଙ୍ଗିଛି ରେକର୍ଡ