ଜମ୍ମୁ କଶ୍ମୀର : ସୁଡ଼ଙ୍ଗ କାନ୍ଥରେ ଧକ୍କା ହୋଇ ଓଲଟିଲା ବସ୍, ୧୨ ଆହତ

ଜମ୍ମୁ କଶ୍ମୀରରେ ଭୟଙ୍କର ଦୁର୍ଘଟଣା । ବନିହାଲ-କାଜିଗୁଣ୍ଡ ନାୟୁଗ ସୁଡ଼ଙ୍ଗରେ କାନ୍ଥରେ ଧକ୍କା ହୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାର ୧୨ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କାଜିଗୁଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ଜମ୍ମୁରୁ ଶ୍ରୀନଗର ଯାଉଥିବା ବସ୍ଟି ଦୁର୍ଘଟଣା ଏଡ଼ାଇବାକୁ ଯାଇ କାଜିଗୁଣ୍ଡ-ବାନିହାଲ୍ ସୁଡ଼ଙ୍ଗର କାନ୍ଥରେ ପିଟି ହୋଇ ଓଲଟି ପଡ଼ିଥିଲା । ଫଳରେ ଅତି କମରେ ୧୨ ଜଣ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରୁ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ଜିଏମସି ଅନନ୍ତନାଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କାଜିଗୁଣ୍ଡ ହସ୍ପିଟାଲରୁ ଜିଏମସି ଅନନ୍ତନାଗକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ବହୁତ ସହାୟତା କରିଥିଲେ ।
ଅନନ୍ତନାଗର ଡେପୁଟି କମିଶନର ସୈୟଦ ଫଖରୁଦ୍ଦିନ ହାମିଦ, କୁଲଗ୍ରାମର ଏସଏସପି ସାହିଲ ସାରଙ୍ଗଲ ଏବଂ ଅନ୍ତଗ ଏସଏସପି ସନ୍ଦୀପ ଚକ୍ରବର୍ତ୍ତୀ ହସପିଟାଲରେ ଆହତଙ୍କୁ ସାକ୍ଷାତ କରିଛନ୍ତି ।
ତେବେ ବସ୍ଟିକୁ ସୁଡ଼ଙ୍ଗ ମଝିରୁ ହଟାଇ ଦିଆଯାଇଛି ଏବଂ ଉଭୟ ପାର୍ଶ୍ୱରୁ ଯାତାୟାତ ପୁଣି ଆରମ୍ଭ ହୋଇଛି । ପ୍ରାରମ୍ଭରେ ସୁଡ଼ଙ୍ଗର ଉଭୟ ପାର୍ଶ୍ୱରୁ ଟ୍ରାଫିକ୍ ଚଳାଚଳ ବନ୍ଦ କରାଯାଇଥିଲା । ବନିହାଲ-କାଜିଗୁଣ୍ଡ ଚାରି ଲେନ୍ ବିଶିଷ୍ଟ ସୁଡ଼ଙ୍ଗ ୮.୫ କିଲୋମିଟର ଲମ୍ବା ଏବଂ ଏହି ସୁଡ଼ଙ୍ଗର ରକ୍ଷଣାବେକ୍ଷଣ ଦାୟିତ୍ୱ ଆଥାନ କମ୍ପାନୀର ରହିଛି।
Also Read : ଯୋଗୀ ଆଦିତ୍ୟନାଥଙ୍କ ବିମାନର ଜରୁରୀ ଅବତରଣ, ବୈଷୟିକ ତ୍ରୁଟି ଯୋଗୁଁ ଫେରିଆସିଲା