ବଦ୍ରିନାଥରୁ ଦର୍ଶନ ସାରି ଫେରୁଥିଲେ ମୁମ୍ବାଇ ତୀର୍ଥଯାତ୍ରୀ, ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ, ଆଉ ତା’ ପରେ…
ବଦ୍ରିନାଥ ହାଇୱେ ଉପରେ ମୁମ୍ବାଇରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଲାମବଗଡ଼ଠାରେ ପାହାଡ଼ରୁ ଏକ ବଡ଼ ପଥର ଖଣ୍ଡ ବସ୍ ଉପରେ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ଜଣ ଯାତ୍ରୀଙ୍କର ମ୍ତ୍ୟୁ ଘଟିଛି। ସୂଚନା ମୁତାବକ, ଲାମବଗଡ଼ଠାରେ ମଙ୍ଗଳବାର ସକାଳ ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଛି।
ଏହାସହ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଆବର୍ଜନାରେ ବେହାଲ୍ ମୟାଲୀ-ଟିହରୀ ରାସ୍ତା
ଖବର ପାଇ ଏନଡିଆରଏଫ୍, ପୋଲିସ, ପ୍ରଶାସନ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ବସଟି ବଦ୍ରିନାଥରୁ ଯୋଶିମଠ ଫେରୁଥିଲା। ଏଥିରେ ପାଖାପାଖି ୧୪ଜଣ ଯାତ୍ରୀ ଥିଲେ। ପ୍ରଶାସନର କହିବାନୁଯାୟୀ, ବର୍ତ୍ତମାନ ସୁଦ୍ଧା ୯ଜଣ ଆହତ ଯାତ୍ରୀଙ୍କୁ ପାଣ୍ଡକେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଏବଂ ମ୍ତକଙ୍କର କୌଣସି ପରିଚୟ ମିଳିପାରିନାହିଁ। ପାହାଡ଼ରୁ ଲଗାତାର ପଥର ଖଣ୍ଡ ଖସୁଥିବାରୁ ଉଦ୍ଧାର କାର୍ୟ୍ୟରେ ବାଧା ଉପୁଜୁଛି। କଟର ସାହଯ୍ୟରେ ପଥରଗୁଡ଼ିକୁ କଟାଯାଉଛି।