ବସକୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ବିଦ୍ୟୁତ ଟ୍ରାନ୍ସଫରରେ ଧକ୍କା ହେବା ପରେ ଲାଗିଲା ନିଆଁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସୁନୋଲୀରୁ ଦିଲ୍ଲା ଯାଉଥିବା ଏକ ଘରୋଇ ବସ୍ ଟ୍ରକ ସହିତ ଧକ୍କା ହୋଇଥିଲା । ଟ୍ରକ ଧକ୍କା ହେବା ପରେ ବସ୍ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଏକ ବିଦ୍ୟୁତ ଖୁଣ୍ଟ ସହିତ ଧକ୍କା ହୋଇଥିଲା । ଫଳରେ ବିଦ୍ୟୁତ୍ ଖୁଣ୍ଟଟି ବସ୍ ଉପରେ ପହିଥିଲା । ବସରେ କରେଣ୍ଟ ଳାଗି ନିଆଁ ଲାଗିଯାଇଥିଲା । ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଖବର ମୁତାବକ, କୋତୱାଲି ନିକଟରେ ଫୁଲୱାରିୟା ବାଇପାସରେ ରାତି ୨ଟାରେ ଘଟିଛି । ବସ୍ ଫୁଲୱାରିୟା ଛକ ନିକଟରେ ଯାଇଥିବା ବେଳେ ଅନ୍ୟ ଆଡୁ ଆସୁଥିବା ଟ୍ରକ ବସ୍ କୁ ଧକ୍କା ଦେଇଥିଲା । ବସ୍ ଟ୍ରକକୁ ଧକ୍କା ହେବା ପରେ ଟ୍ରାନ୍ସଫର ନିକଟରେ ଥିବା ଖୁଣ୍ଟରେ ଧକ୍କା ହୋଇଥିଲା । ଖୁଣ୍ଟ ଭାଙ୍ଗି ବସ ଉପରେ ପଡିଥିଲା । ବିଦ୍ୟୁତ ଖୁଣ୍ଟ ପଡିବା ପରେ ବସରେ ନିଆଁ ଲାଗିଯାଇଥିଲା ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏଥିରେ ୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସରେ ୪୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ଘଟଣାର ତଦନ୍ତ କରୁଛି ପୋଲିସ ।

Also Read : ଶୋଇଥିବା ବେଳେ ଆଶ୍ରୟ ସ୍ଥଳରେ ଲାଗିଲା ନିଆଁ, ୨ ମୃତ