ଦେଶ ବିଦେଶ

ଚାହୁଁ ଚାହୁଁ ଜଳିଗଲା ବସ୍‌: ୧୩ ଜୀବନ୍ତ ଦଗ୍ଧ, ୧୭ ଗୁରୁତର ଆହତ

ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଯାଇଛି । ବୁଧବାର ରାତିରେ ଆରୋନ ଅଭିମୁଖେ ଯାଉଥିବା ଏକ ବସ୍ ଦ୍ରୁତ ଗତିରେ ଆସୁଥିବା ଡମ୍ପର ସହିତ ଧକ୍କା ହୋଇଥିଲା । ଫଳରେ ବସରେ ନିଆଁ ଲାଗି ଯାଇଥିଲା । ବସ୍‌ରେ ପ୍ରାୟ ୩୦ରୁ ୪୦ ଜଣ ଯାତ୍ରୀ ଥିବାବେଳେ ଏହି ଭୟଙ୍କର ନିଆଁରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଥିସହ ୧୭ ଜଣ ଗୁରୁତର ଭାବେ ଆହତ ହୋଇଥିବା କୁହାଯାଉଛି । ଆହତମାନଙ୍କୁ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାତ୍ରୀଙ୍କ କହିବାନୁସାରେ ଡ୍ରାଇଭର ଏବଂ କଣ୍ଡକ୍ଟର ନିଶା କରିଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଭୟଙ୍କର ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣା ରାତି ପ୍ରାୟ ୯ଟାରେ ହୋଇଥିବା ସୂଚନା ମିଳିଛି । ଗୁନାରୁ ଆରୋନ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ସାମ୍ନାରୁ ଆସୁଥିବା ଏକ ଡମ୍ପର ସହ ଧକ୍କା ହେବା ପରେ ବସଟି ଓଲଟି ପଡିଥିଲା। ଦୁର୍ଘଟଣା ଏପରି ହୋଇଥିଲା ଯେ ବସ୍‌ରେ ତୁରନ୍ତ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା ।road accident ଯେଉଁଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ବସ୍‌ରେ ବସିଥିବା ଅନେକ ଯାତ୍ରୀ ନିଆଁରେ ଜଳି ଯାଇଛନ୍ତି, ଯେଉଁମାନଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବା ପରେ ଯେତେବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ବସରୁ କଙ୍କାଳ ବାହାରିଥିଲା । ମୃତକଙ୍କ ପରିବାର ବି ସେମାନଙ୍କୁ ଚିହ୍ନିବା କଷ୍ଟ ହୋଇଯିବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି ।

ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବସ୍ ବହୁତ ପୁରୁଣା ଥିଲା ବୋଲି କୁହାଯାଉଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଯାତ୍ରୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି । ସେମାନେ ନିଜ ଆଖିରେ ସହଯାତ୍ରୀଙ୍କୁ ଜଳୁଥିବାର ଦେଖିଥିଲେ, ଯାହା ତାଙ୍କ ହୃଦୟକୁ ଥରାଇ ଦେଇଛି । ତେବେ ସ୍ଥାନୀୟଲୋକଙ୍କ କହିବା ଅନୁସାରେ ଯଦି ବସ ଡ୍ରାଇଭର ମଦ୍ୟପାନ କରି ନଥାନ୍ତେ, ହୁଏତ ଏଭଳି ଦୁର୍ଘଟଣା ଘଟିି ନଥାନ୍ତା ।

 

Subhalaxmi Das

Recent Posts

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

2 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

14 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

20 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

24 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

25 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago