ଦିଲ୍ଲୀ ମଦ ଦୁର୍ନୀତିରେ ହାଇକୋର୍ଟ ପିଏମ୍ଏଲ୍ଏ ସହ ଜଡ଼ିତ ଏକ ମାମଲାରେ ଦୁଇ ଜଣଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବ୍ୟବସାୟୀ ଅମିତ୍ ଅରୋରା ଓ ଅମନଦୀପ ସିଂ ଢଲଙ୍କୁ ନିୟମିତ ଜାମିନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାର ଅର୍ଥ, ଏହି ଇଡି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ବର୍ତ୍ତମାନ ଜାମିନ୍ ଦିଆଯାଇଛି ଏବଂ ଏବେ ସମସ୍ତ ଅଭିଯୁକ୍ତ ଜେଲ୍ରୁ ବାହାରିଛନ୍ତି । ହାଇକୋର୍ଟ ମଙ୍ଗଳବାର ଅର୍ଥ ହେରଫେର ମାମଲାରେ ଅମିତ୍ ଓ ଅମନଦୀପଙ୍କୁ ଜାମିନ୍ ଦେଇଛନ୍ତି ।