୬ଟି ରାଜ୍ୟର ଉପନିର୍ବାଚନ : ୭ ବିଧାନସଭା ଆସନରୁ ୪ଟିରେ ଇଣ୍ଡିଆ ମେଣ୍ଟ ଓ ଏନଡିଏକୁ ୩

ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟର ବାଜିମାତ। ୬ଟି ରାଜ୍ୟର ୭ ବିଧାନସଭା ଆସନ ଉପନିର୍ବାଚନରେ ୪ଟି ସିଟରେ ଇଣ୍ଡିଆ ମେଣ୍ଟ ଓ ୩ଟି ସିଟରେ ଏନଡିଏ ବିଜୟୀ ହୋଇଛି। ତ୍ରିପୁରା ଓ ଉତ୍ତାରାଖଣ୍ଡରେ ବାଜି ମାରିଲା ବିଜେପି।

ଉପନିର୍ବାଚନରେ ଇଣ୍ଡିଆ ମେଣ୍ଟର ବାଜିମାତ। ୬ଟି ରାଜ୍ୟର ୭ ବିଧାନସଭା ଆସନ ଉପନିର୍ବାଚନରେ ୪ଟି ସିଟରେ ଇଣ୍ଡିଆ ମେଣ୍ଟ ଓ ୩ଟି ସିଟରେ ଏନଡିଏ ବିଜୟୀ ହୋଇଛି। ତ୍ରିପୁରା ଓ ଉତ୍ତାରାଖଣ୍ଡରେ ବାଜି ମାରିଲା ବିଜେପି। ପଶ୍ଚିମବଙ୍ଗରେ ବିଜେପିର ସିଟ୍ ଛଡ଼ାଇ ନେଲା ଟିଏମସି। ତ୍ରିପୁରାରେ ୨ଟି ଆସନରେ ଉପନିର୍ବାଚନ ହୋଇଥିବା ବେଳେ ଉଭୟରେ ବିଜେପି ବାଜିମାତ କରିଛି।

ଗୋଟିଏ ସିଟରେ କ୍ଷମତା ବଜାୟ ରଖିଥିବା ବେଳେ ଗୋଟିଏ ସିଟ୍ ସିପିଏମ ହାତରୁ ଛଡ଼ାଇ ଆଣିଛି। ସିପିଏମ କବଜାରେ ଥିଲା ତ୍ରିପୁରାର ବକ୍ସାନଗର ସିଟ୍ । ବିଜେପି ନେତା ତାଫଜଲ ହୋସେନ ଏହି ଆସନରୁ ବିଜୟୀ ହୋଇଛନ୍ତି। ତ୍ରିପୁରାର ଆଦିବାସୀ ବହୁଳ ଧାନପୁର ଆସନରେ କ୍ଷମତା ପୁନଃ ଦଖଲ କରିଛି ବିଜେପି।

ଏହି ଆସନରେ ବିଜେପି ପ୍ରାର୍ଥୀ ବିନ୍ଦୁ ଦେବନାଥ ବିଜୟୀ ହୋଇଛନ୍ତି। ଉତ୍ତରାଖଣ୍ଡ ବାଗେଶ୍ବର ଆସନ ପୂର୍ବରୁ ବିଜେପି ଦଖଲରେ ଥଲା। ଏଠୁ ବିଜେପି ପ୍ରାର୍ଥୀ ପାର୍ବତୀ ଦାସ ପୁଣି ବିଜୟୀ ହୋଇଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ କହିଛନ୍ତି ଫଳାଫଳ ଆଶାତୀତ ହୋଇଛି। ମୋଦିଙ୍କ ସ୍ଲୋଗାନ ସବକା ସାଥ ସବକା ବିକାଶ ଉପରେ ଲୋକ ଆସ୍ଥା ପ୍ରକଟ କରିଛନ୍ତି।