ମୋବାଇଲ କନେକ୍ସନ ପାଇଁ ଏବେ ଡିଜିଟାଲ ଫର୍ମାଟରେ ହେବ କଷ୍ଟମର ଭେରିଫିକସନ :କେନ୍ଦ୍ର ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଟେଲିକମ ସେକ୍ଟରକୁ ନେଇ ଅନେକ କିଛି ନିୟମ ପରିବର୍ତ୍ତନ ହୋଇଛି। ଟେଲିକମର ନୂଆ ନିୟମରେ ମୋହର ଲଗାଯାଇଛି। ଏହାର ସୁବିଧା ଇଣ୍ଡଷ୍ଟ୍ରି ସହିତ ସାଧାରଣ ଲୋକ ମଧ୍ୟ ଉଠାଇପାରିବେ। ଯଦି ଆପଣ ନୂଆ ମୋବାଇଲ ସିମ୍‌ ବା ଟେଲିଫୋନ କନେକ୍ସନ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ KYC ସମ୍ପୂର୍ଣ୍ଣ ରୂପେ ଡିଜିଟାଲି ହେବ। ଏଥିପାଇଁ ଆପଣଙ୍କୁ କୌଣସି ଫର୍ମ ଅଫଲାଇନରେ ଜମା କରିବାକୁ ପଡ଼ିବନି।

ତେବେ ଏହା ପୂର୍ବରୁ ବ୍ୟକ୍ତିଗତ ଭାବେ ଯାଇ ବା ଅଫଲାଇନ ଫର୍ମ ଫିଲଅପ କରିବାକୁ ପଡୁଥିଲା। ପାଖାପାଖି ୩୦୦ ରୁ ୪୦୦ କୋଟି ଅଫଲାଇନ ଫର୍ମ ଏବେ ଷ୍ଟୋର ହୋଇଅଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏବେ ଏହି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ମୋଦୀଙ୍କ କହିବା ଅନୁଯାୟୀ ଏବେ ଡିଜିଟାଲ ଯୁଗରେ ସବୁକିଛି କାମ ଡିଜିଟାଲରେ ହେଉଛି । ତେଣୁ ଏହି କାମ ମଧ୍ୟ ଏବେ ଡିଜିଟାଲରେ ହେବ। ଆଗକୁ ସମସ୍ତ KYC ଫର୍ମ ଅନଲାଇନ ଦ୍ୱାରା ଭରାଯିବ। ମୋବାଇଲ କନେକ୍ସନ ପାଇଁ KYCକୁ ଏବେ ଡିଜିଟାଲ କରାଯିବ।

cabinet
pc: interview times

ମୋବାଇଲ କନେକ୍ସନ ସମୟରେ ଆମକୁ KYC ଫର୍ମ ପୂରଣ କରିବାକୁ ପଡିଥାଏ। ଯଦି ଆମେ ପ୍ରି-ପେଡରୁ ନମ୍ବରକୁ ପୋଷ୍ଟ ପେଡ କରୁଛେ କିମ୍ବା ପୋଷ୍ଟ-ପେଡ ନମ୍ବରକୁ ପ୍ରି-ପେଡ କରୁଛେ , ସେତେବେଳେ ମଧ୍ୟ ଆମକୁ ଏହି ଫର୍ମ ଭରିବାକୁ ପଡିଥାଏ। ତେଣୁ ସରକାର ଏହାକୁ ଦୃଷ୍ଟିରେ ରଖି ନୂଆ ଡିଜିଟାଲ ନିୟମ ବାହାର କରି ଏଥିରେ ମୋହର ଲଗାଇଛନ୍ତି। ଏହାକୁ ଏବେ ମାନ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.