ରାମ୍ପ ୱାକରେ ଜଲୱା ଦେଖାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦୁଇ ମନ୍ତ୍ରୀଙ୍କ ଷ୍ଟାଇଲ ଦେଖି ସମସ୍ତେ ଚକିତ
ଫ୍ୟାଶନ ଶୋ’ରେ ଭାଗ ନେଇ ସମସ୍ତଙ୍କୁ ଚକିତ କରିଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ରାମ୍ପ ଓ୍ୱାକ୍ରେ ଜଲଓ୍ୱା ଦେଖାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମ୍ଦାର ମଧ୍ୟ ରାମ୍ପ ଓ୍ୱକ୍ କଲେ । ଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଚାଲିଥିବା ଅଷ୍ଟଲକ୍ଷ୍ମୀ ମହୋତ୍ସବ ସମୟରେ ଫ୍ୟାଶନ ଶୋ’ରେ ଭାଗ ନେଇ ଏହି ଦୁଇ ମନ୍ତ୍ରୀ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
ଦୁଇ ଜଣ ମନ୍ତ୍ରୀ ବେଶ୍ ଷ୍ଟାଇଲିଶ ଅନ୍ଦାଜରେ ରାମ୍ପରେ ଚାଲୁଥିବାର ନଜର ଆସିଛନ୍ତି । ନର୍ଥଇଷ୍ଟ ଫ୍ୟାଶନକୁ ପ୍ରମୋଟ କରିବା ପାଇଁ ସିନ୍ଧିଆ ଓ ମଜୁମଦାର ନର୍ଥଇଷ୍ଟ ଷ୍ଟାଇଲ୍ର ଜ୍ୟାକେଟ୍ ପିନ୍ଧି ରାମ୍ପ ଉପରେ ଚାଲିଥିଲେ । କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ଫ୍ୟାଶନେବଲ୍ କ୍ରିମ୍ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ । ତାଙ୍କ ବେକରେ ଏକ ଲାଲ ରଙ୍ଗର ମଫଲର ଥିଲା । ଏଥିସହିତ ସୁକାନ୍ତ ମଜୁମଦାର ମଧ୍ୟ କ୍ରିମ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ । ସେ ମଧ୍ୟ ବେକରେ ଏକ ଲାଲ ରଙ୍ଗର ମଫଲର ବାନ୍ଧିଥିଲେ ।
#WATCH | Delhi | Union Minister Jyotiraditya Scindia, along with MoS Sukanta Majumdar walked the ramp at the Ashtalakshmi Mahotsav fashion show, at Bharat Mandapam.
(Source: Office of Jyotiraditya Scindia) pic.twitter.com/xO7F4o51d2
— ANI (@ANI) December 7, 2024
ଏହି ଖାସ୍ ଫ୍ୟାଶନ ଶୋ’ ବିଷୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ବାସ୍ତବରେ ଏହା ସଂସ୍କୃତି ଏବଂ ସୃଜନଶୀଳତାର ଉତ୍ସବ । ଉତ୍ତର ପୂର୍ବ ଭାରତର ଚିତ୍ତାକର୍ଷକ ଶୈଳୀ ପ୍ରଦର୍ଶନ କରୁଥିବା ଫ୍ୟାଶନ ଶୋ’ରେ ଏକ ସୁନ୍ଦର ସମୟ ବିତାଇଲି । ପ୍ରତ୍ୟେକ ରାଜ୍ୟକୁ ଦକ୍ଷ କଳାକାର ଏବଂ ମଡେଲମାନେ ସୁନ୍ଦର ଭାବରେ ପ୍ରତିନିଧିତ୍ୱ କରିଥିଲେ । ମୋର ସହକର୍ମୀ ସୁକାନ୍ତ ମଜୁମଦାରଙ୍କ ସହ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ମୁଁ ଗର୍ବିତ ଅନୁଭବ କରୁଛି ।’
Truly a celebration of culture and creativity!
Had an amazing time at the fashion show showcasing the vibrant styles of Northeast India! Each state was beautifully represented by talented artists and models. Honoured to be part of the event with my colleague Sh @DrSukantaBJP… pic.twitter.com/eyj39NSvTm
— Jyotiraditya M. Scindia (@JM_Scindia) December 7, 2024
ତେବେ ଦୁଇ ମନ୍ତ୍ରୀଙ୍କ ଏଭଳି ରାମ୍ପ ଓ୍ୱାକ୍ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।