ମୋଦି ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ନେତାଙ୍କୁ ଦିଲ୍ଲୀ ଡକରା, ଦିନେ ଦୁଇ ଦିନ ମଧ୍ୟରେ ହେବ ସମ୍ପ୍ରସାରଣ

କେନ୍ୟୁଜ୍(ବ୍ୟୁରୋ): ଦିନେ ଦୁଇ ଦିନ ମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ୟାବିନେଟରେ ଏବେ ୫୩ ଜଣ ମନ୍ତ୍ରୀ ଥିବା ବେଳେ ୨୮ଟି ପଦ ଖାଲିପଡିଛି। ୧୭-୨୨ଜଣଙ୍କୁ ନୂଆ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ୨୦୧୯ରେ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଏହା ହେବ ମୋଦିଙ୍କ ମନ୍ତ୍ରୀମଣ୍ଡଳ ପ୍ରଥମ ସମ୍ପ୍ରସାରଣ। ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଥିବା ନେତାଙ୍କୁ ଦିଲ୍ଲୀ ଡକରା ହୋଇଥିବା ସୂଚନା ମିଳିଛି ।

ଏମିତିକି କିଛି ନେତାଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଥିବା ଜଣାପଡିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ଦିଲ୍ଲୀ ଯାଇଛନ୍ତି । ଜବଲପୁରର ବିଜେପି ସାଂସଦ ରାକେଶ ସିଂହଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ବିହାରରୁ ୨-୩ଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ। ଏଲ୍‌ଜେପି ସାଂସଦ ପଶୁପତି କୁମାର ପାରସ ଓ ଜେଡୁୟୁର ଆରସିପି ସିଂହଙ୍କ ନାଁ ଚର୍ଚ୍ଚାରେ ରହିଛି। ଉତ୍ତରପ୍ରଦେଶରେ ଅପ୍‌ନା ଦଳର ଅନୁପ୍ରିୟା ପଟେଲ ମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି। ତାଙ୍କ ବ୍ୟତୀତ ବରୁଣ ଗାନ୍ଧୀ, ରାମଶଙ୍କର କଠୋରିୟା, ଅନୀଲ ଜୈନ୍‌, ରୀତା ବହୁଗୁଣା ଯୋଶୀ, ଜଫର ଇସଲାମଙ୍କ ନାମ ମଧ୍ୟ ମନ୍ତ୍ରୀପଦ ପାଇଁ ଚର୍ଚ୍ଚାରେ ଅଛି। ସେହିପରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିପାରେ। ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.