କାଲିଫର୍ଣ୍ଣିଆ ଗୁଳିକାଣ୍ଡ : ୧୦ ଜଣଙ୍କୁ ମାରିବା ପରେ ନିଜକୁ ଗୁଳି କଲା ସନ୍ଦିଗ୍ଧ, ଭ୍ୟାନରୁ ମୃତଦେହ ଉଦ୍ଧାର
ଆମେରିକାର କାଲିଫର୍ଣ୍ଣିଆର ମଣ୍ଟେରୀ ପାର୍କରେ ହୋଇଥିବା ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ପରିଚୟ ମିଳିଛି । ଚୀନ ନବବର୍ଷ ପାଳନ ଅବସରରେ ଡ୍ୟାନ୍ସ କ୍ଲବରେ ଗୁଳି ଚଳାଇ ହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ୭୨ ବର୍ଷୀୟ ବୃଦ୍ଧ ହୁଉ କାନ୍ ସ୍ରାନ୍। ୧୦ ଜଣଙ୍କୁ ମାରିବା ପରେ ବୃଦ୍ଧ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ତାଙ୍କ ମୃତ ଦେହକୁ ଏକ ଭ୍ୟାନ୍ରୁ ଜବତ କରାଯାଇଛି।
ଗୁଳିକାଣ୍ଡ ଘଟାଇବା ପରେ ସନ୍ଦିଗ୍ଧ ଜଣକ ଭ୍ୟାନ ପାଖକୁ ଦୌଡି ଯାଇଥିଲେ । ଆଉ ସେଠାରେ ଗୁଳି ଶବ୍ଦ ଶୁଣିଥିଲେ । ପୋଲିସ ଘଟଣା ସ୍ଥଳକୁ ଯାଇ ଭ୍ୟାନରୁ ମୃତଦେହ ଦେଖିବାକୁ ପାଇଥିଲା । ତେବେ କାଲିଫର୍ଣ୍ଣିଆ ସୁଟିଂରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଜେଡନ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
California police hunting the gunman who killed 10 people at a dance club during Lunar New Year celebrations broke into a van after a lengthy standoff Sunday, where images showed a body slumped in the driver’s seathttps://t.co/oUQoFKoeFZ pic.twitter.com/vIzgnp7sZP
— AFP News Agency (@AFP) January 23, 2023
ସୂଚନାଯୋଗ୍ୟ, ଚୀନ ନବବର୍ଷ ଅବସରରେ ଶନିବାର ରାତିରେ ସେଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଏହି ସମୟରେ ଜଣେ ଆତତାୟୀ ଆଖିବୁଜା ଗୁଳିକାଣ୍ଡ କରିଥିଲା । ଗୁଳିକାଣ୍ଡରେ ଲୋକଙ୍କ ଅତର୍କିତ ଭାବେ ଚାରିଆଡେ ଦୌଡିଥିଲେ । ଘଟଣା ବିଷୟରେ ପୋଲିସ ଖବର ପାଇଁ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାରେ ଗୁରୁତର ଆହତଙ୍କୁ ପୋଲିସ ହସପିଟାଲରେ ଭର୍ତ୍ତି କରାଇଛି । ତେବେ ସୂଚନା ମୁତାବକ, ରାତି ୧୦ଟା ପରେ ଏହି ଗୁଳିକାଣ୍ଡ ହୋଇଥିଲା। ଗୁଳିକାଣ୍ଡ ହୋଇଥିବା ମଣ୍ଟେରୀ ପାର୍କଟି ଲସ ଆଞ୍ଜେଲସ ଠାରୁ ୧୧ କିଲୋମିଟର ଦୂରରେ ।
ନିକଟରେ କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ ଗୁଳିକାଣ୍ଡ ଘଟି ଜଣେ ପିଲା ସମତେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ୮ ଜଣ ଲୋକେ ଆହତ ହୋଇଥିଲେ । ବନ୍ଧୁକଧାରୀ ଘରେ ପଶି ଗୁଳିମାଡ କରିଥିଲେ । କାଲିଫର୍ଣ୍ଣିଆରେ ହୋଇଥିବା ଗୁଳିକାଣ୍ଡରେ ଜଣେ ୧୭ ବର୍ଷୀୟ ମା ସହିତ ତାଙ୍କର ୬ ମାସର ଶିଶୁକୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା । ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଥିଲା । ଘର ସାମ୍ନାରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘର ଭିତରୁ ପ୍ରାୟ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅତି ସଂକଟାପନ୍ନ ଅବସ୍ଥାରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।