ଦେଶ ବିଦେଶ

ଏମିତି ଏକ ଦେଶ ଯେଉଁଠି ଛୋଟ କପଡ଼ା ପିନ୍ଧିଲେ ଲାଗିବ ଜରିମାନା, ଜାଣନ୍ତୁ କ’ଣ ରହିଛି ନିୟମ

ପରମ୍ପରାକୁ ବଞ୍ଚାଇବା ପାଇଁ ଏହି ଦେଶରେ ଛୋଟ କପଡା ଉପରେ ଲାଗିବାକୁ ଯାଉଛି କଡା ନିୟମ । କେହି ମହିଳା ଛୋଟ କପଡ଼ା ପିନ୍ଧି ବାହାରକୁ ଯାଇ ପାରିବେ ନାହିଁ । ଏମିତି କିଛି ନିୟମ ଆଣିବାକୁ ଯାଉଛନ୍ତି କାମ୍ବୋଡିଆ ସରକାର । ହେଲେ ଏହାକୁ ଏବେ ଦେଶରେ ମହିଳାମାନେ ଘୋର ବିରୋଧ କରିଛନ୍ତି ।
ଏ ହେଉଛନ୍ତି ୧୮ ବର୍ଷ ବୟସ୍କା ମୋଲିକା ଟେନ୍‌ । ସେ ସରକାରଙ୍କ ଏହି ନୀତିକୁ ବିରୋଧ କରୁଛନ୍ତି । ତାଙ୍କ କହିବା ଅନୁଯାୟୀ କାମ୍ବୋଡିଆ ସରକାର ମହିଳାଙ୍କ ଉପରେ ଆକ୍ରମଣାତ୍ମକ ନୀତି ଆଣିବାକୁ ଯାଉଛନ୍ତି । ଯାହାକି ଜଣେ ମହିଳାଙ୍କ ସ୍ୱାଧୀନତା ଉପରେ ଆଞ୍ଚ ଆଣୁଛି । ସାଂସ୍କୃତିକ ପରମ୍ପରା ସୃଷ୍ଟି କରିବା ପାଇଁ ଆହୁରି ଅନେକ ମାଧ୍ୟମ ରହିଛି ।

 

ତେଣୁ ସରକାରଙ୍କୁ ବିରୋଧ କରିବାକୁ ସେ ଗତ ମାସରେ ଅନ୍‌ଲାଇନ୍‌ ପିଟିସନ୍‌ ଆରମ୍ଭ କରିଛନ୍ତି । ଯେଉଁଥିରେ ଏଯାଏ ୨୧ ହଜାର ଲୋକ ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି । ଆଉ ଜଣେ ମହିଳା ମଧ୍ୟ କହିଛନ୍ତି ଯେ ସରକାର ମୋ ଉପରେ ଜବରଦସ୍ତ ରୋକ ଲଗାଇ ପାରିବ ନାହିଁ । ‘ଆମକୁ ସବୁବେଳେ ପୁରୁଷ ଅଧୀନରେ ରଖିବାକୁ ସରକାର ଆଶା କରୁଛନ୍ତି ।’ପାରମ୍ପରିକ ମାନ୍ୟତା ଆଳରେ ମହିଳାମାନେ ନମ୍ର ହେବା ଦରକାର, ଅନ୍ୟର କଥା ମାନିବା ଦରକାର’ ଏପରି କହି ସରକାର ଆମ ଉପରେ ଅତ୍ୟାଚାର କରିବାକୁ ଚାହୁଁଛନ୍ତି ବୋଲି ମହିଳାମାନେ କ୍ଷଭୋର ସହ କହିଛନ୍ତି ।

ଖାଲି ସେତିକି ନୁହେଁ ଅପ୍ରେଲ ମାସରେ ଜଣେ ମହିଳାଙ୍କୁ ୬ ମାସ ଯାଏ ଜେଲ୍‌ ଦଣ୍ଡ ମିଳିଥିଲା । ଏହି ମହିଳା ଜଣକ ସୋସିଆଲ୍‌ ମିଡିଆରେ କପଡା ବିକୁଥିଲେ । ତାଙ୍କୁ ‘ପନୋଗ୍ରାଫର ଏବଂ ‘ଉତ୍ତେଜକ’ ପୋଷାକ ପିନ୍ଧିବା ପାଇଁ ଦୋଷୀ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ହୁନ୍‌ ସେନ୍‌ ମହିଳାଙ୍କ ଏପରି କାର୍ଯ୍ୟ ‘ଆମର ସଂସ୍କୃତି ଓ ପରମ୍ପରା’କୁ ଉଲଂଘନ କରୁଛି ବୋଲି କହିଥିଲେ ।

ସେହିପରି କାମ୍ବୋଡିଆର ଆଉ ଜଣେ ୧୮ ବର୍ଷର ଝିଅ କୁହନ୍ତି ‘ମୋତେ ସର୍ବଦା କୁହାଯାଏ ଯେ ରାତି ୮ ଟା ପୂର୍ବରୁ ଘରକୁ ଫେରିବାକୁ ହେବ । ମୁହଁକୁ ଅଧିକ ଖୋଲା କରିବ ନାହିଁ ଏମିତି କେତେ କ’ଣ । ’

ଖାଲି ଏତିକି ନୁହେଁ ‘ସର୍ବସାଧାରଣ ଜାଗାରେ ଖୋଲାଖୋଲି ନବୁଲିବା, ଭିକ୍ଷା ମାଗିବା ଆଦି ଉପରେ ମଧ୍ୟ ରୋକ ଲଗାଯିବା ନେଇ ନିୟମ ପ୍ରସ୍ତୁତ ହେଉଛି । ସରକାର ଯଦି ଏହି ବିଧେୟକକୁ ମଞ୍ଜୁରୀ ଦେଇ ଦିଅନ୍ତି ତେବେ ଆସନ୍ତା ବର୍ଷ ଏହା ଆଇନରେ ପରିଣତ ହୋଇଯିବ । ମୋଲିକା ଏବେ ସୋସିଆଲ୍‌ ମିଡିଆରେ ପିଟିସନ୍‌ ଦାଖଲ କରିବା ସହ ଏହି ନିୟମ ବିରୋଧରେ ମହିଳାଙ୍କୁ ଏକାଠି ହେବାକୁ ଆହ୍ଵାନ ଦେଇଛନ୍ତି ।

 

 

Niharanjan

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

6 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

9 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

43 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

44 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago