ସରିଲା ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର, ଭୋଟରଙ୍କ ମନ ଜିଣିବାକୁ ଶେଷ ଦିନରେ ଉଦ୍ୟମ କରିଛନ୍ତି ରାଜନୈତିକ ଦଳ

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଭୋଟରଙ୍କ ମନ ଜିଣିବାକୁ ଶେଷ ଦିନରେ ଉଦ୍ୟମ କରିଛନ୍ତି ସବୁ ରାଜନୈତିକ ଦଳ । ମୈଦାନରେ ଲାଗିଥିଲା ଷ୍ଟାର ପ୍ରଚାରକଙ୍କ ଭିଡ଼। ଫେବ୍ରୁଆରୀ ୨୩ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଚତୁର୍ଥ ପର୍ଯ୍ୟାୟରେ ୯ ଜିଲ୍ଲାର ୬୦ ସିଟ୍‌ ପାଇଁ ମତଦାନ ହେବ । ଏହି ପର୍ଯ୍ୟାୟରେ ୬୨୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ପର୍ଯ୍ୟାୟରେ ରାୟବରେଲିରେ ନିର୍ବାଚନ ହେବ ।

ଯାହାର ଗାନ୍ଧୀ ପରିବାରର ଗଡ଼ ଭାବେ ଜଣାଶୁଣା । ପିଲଭିଟ୍‌, ଲଖିମପୁର ଖେରି, ସୀତାପୁର, ହାର୍ଦୋଇ, ଲକ୍ଷ୍ନୌ, ଉନ୍ନାଓ, ରାୟବରେଲି, ଫତେପୁର ଓ ବନ୍ଦା ଜିଲ୍ଲାରେ ଭୋଟ ଗ୍ରହଣ ହେବ । ଏହି ୬୦ ସିଟ୍‌ରୁ ବିଜେପି ୫୭ଟି ସିଟ୍‌ରେ ଲଢ଼ୁଛି । ସହଯୋଗୀ ଅପ୍‌ନା ଦଲ୍‌କୁ ୩ଟି ସିଟ୍‌ ଛାଡ଼ିଛି । ସେହିପରି ସମାଜବାଦୀ ପାର୍ଟି ୫୮ଟି ସିଟ୍‌ରେ ଲଢ଼ୁଥିବା ବେଳେ ଓପି ରାଜଭରଙ୍କ ଦଳକୁ ୨ଟି ସିଟ୍‌ ଛାଡ଼ିଛି । କଂଗ୍ରେସ ଓ ବିଜେପି ପୂରା ୬୦ ସିଟ୍‌ରେ ଲଢ଼ୁଛନ୍ତି। ୨୦୧୭ ନିର୍ବାଚନରେ ୬୦ ସିଟ୍‌ରୁ ୫୧ ଟି ଦଖଲ କରିଥିଲା ବିଜେପି । ଅପ୍‌ନା ଦଲ ଗୋଟିଏ, ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.