ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଟକଣା କୋହଳ କଲେ ଇସି: ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କରିପାରିବେ ପ୍ରଚାର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପ୍ରଚାର କଟକଣା କୋହଳ କଲେ ନିର୍ବାଚନ କମିଶନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଚାର କଟକଣା କୋହଳ କରିଛନ୍ତି ଇସି । ପଦଯାତ୍ରା ଉପରୁ କଟକଣା ହଟାଇ ଦେଇଛନ୍ତି । ପଦଯାତ୍ରାରେ କେତେ ଲୋକ ସାମିଲ ହୋଇପାରିବେ ତାହା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍‌ ଅନୁଯାୟୀ ହେବ । ଜିଲ୍ଲା କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ପଦଯାତ୍ରା କରିହେବ ବୋଲି  ଭାରତୀୟ ନିର୍ବାଚନ କମିଶନ କହିଛନ୍ତି । ସେହିପରି ପ୍ରଚାର ସମୟରେ ମଧ୍ୟ କୋହଳ କରାଯାଇଛି।

ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଚାର ହୋଇପାରିବ। ପୂର୍ବରୁ ଏହି ସମୟ ସକାଳ ୮ଟାରୁ ରାତି ୮ଟା ଥିଲା । ସଂକ୍ରମଣ କମିବା ପରେ କଟକଣା କୋହଳ କରିଛନ୍ତି ନିର୍ବାଚନ କମିଶନ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ୫ ରାଜ୍ୟର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ନିର୍ବାଚନ କମିଶନ।

Leave A Reply

Your email address will not be published.