ସାଂସଦ ଅଧିର ରଂଜନ ଚୌଧୁରୀଙ୍କୁ ହେବ କି ଜେଲ୍‌ ? ରାଷ୍ଟ୍ରପତିଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିବା ଯୋଗୁ କ’ଣ ରହିଛି ଦଣ୍ଡର ପ୍ରାବଧାନ

ନୂଆଦିଲ୍ଲୀ : କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ସମ୍ବୋଧିତ କରିଛନ୍ତି । ଏହି ଘଟଣା ଜୁଲାଇ ୨୭ରେ ଘଟିଛି । ସେ ଏକ ଟିଭି ଚ୍ୟାନେଲରେ କହିଥିଲେ ଯଦି ଦେଶର ରାଷ୍ଟ୍ରପତ୍ନୀ ସମସ୍ତଙ୍କ ପାଇଁ ତେବେ ଆମ ପାଇଁ କାହିଁକି ନୁହେଁ ? ଏହାକୁ ନେଇ ଉଭୟ ହାଉସରେ ଶାସକ ଦଳର ସଦସ୍ୟମାନେ ହଙ୍ଗାମା କରିଛନ୍ତି । ବିଜେପି ସାଂସଦ ମନୋଜ ତିଓ୍ଵାରୀ ଏଥିପାଇଁ ଅଧିର ରଂଜନ ଚୌଧୁରୀଙ୍କୁ ଦଣ୍ଡ ଦେବାକ କହିଛନ୍ତି । ହେଲେ ଏହା କ’ଣ ସମ୍ଭବ ? ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କୁ ଅଭଦ୍ର ଟିପ୍ପଣୀର କି ଦଣ୍ଡ ବିଧାନ ରହିଛି କି ନାହିଁ ? ଯଦି କେହି ସଂସଦ ଭିତରେ ଏପରି କରେ, ତେବେ ଲୋକସଭା ସ୍ପିକର କିମ୍ବା ତାଙ୍କ ଅନୁପସ୍ଥିତିରେ ଅଧ୍ୟକ୍ଷ ଉକ୍ତ ସାସଂଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି ।

ଯଦି କେହି ସାଂସଦ ସଦନ ବାହାରେ ରାଷ୍ଟ୍ରପତିଙ୍କ ଖିଲାପ ଅଭଦ୍ର ଟିପ୍ପଣୀ କରନ୍ତି, ତେବେ ତାଙ୍କ ବିରୋଧରେ ଆଇପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ । କାରଣ ସଂସଦ ବାହାରେ ସାଂସଦ ଜଣେ ସାଧାରଣ ବ୍ୟକ୍ତି । ତେଣୁ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ସୁପ୍ରିମକୋର୍ଟ ବରିଷ୍ଠ ଓକିଲଙ୍କ ଅନୁଯାୟୀ ଯେହେତୁ ଏହି ଘଟଣା ବାହାରେ ଘଟିଛି ତାଙ୍କ ବିରୋଧରେ ମକଦ୍ଦମା କରାଯାଇପାରେ ।

ଅନ୍‌ଲାଇନ ପ୍ରଶ୍ନରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ଜାବବ :

ପ୍ରଶ୍ନ : କେହି ସାଧାରଣ ନାଗରିକ ଅଧିର ରଂଜନଙ୍କ ଉପରେ କେସ କରିପାରିବେ ?

ଉତ୍ତର : ଯେ ପର୍ଯ୍ୟନ୍ତ ଆଇପିସି ଅନୁଯାୟୀ ବିଶେଷ ଭାବେ ପ୍ରତିବନ୍ଧିତ କରାଯାଇ ନାହିଁ, ଯେ କେହି ଏଫଆଇଆର୍‌ କରିପାରିବେ ।

ପ୍ରଶ୍ନ : ଏହି ଅପରାଧ ପାଇଁ ନ୍ୟୁନତମ ଓ ସର୍ବାଧିକ ଦଣ୍ଡ କ’ଣ ?

ଉତ୍ତର : ଯଦିଓ ସାଂସଦଙ୍କ ପାଇଁ ସଂସଦୀୟ ରିହାତି ରହିଛି, ହେଲେ ସଂସଦ ବାହାରେ କହିଥିବା କଥା ପାଇଁ ନୁହେଁ । ତେଣୁ ଏଥିରୁ ସେ ମୁକ୍ତି ପାଇ ପାରିବେ ନାହିଁ ।
ତେଣୁ ଆଗାମୀରେ ଅଧିରଙ୍କ ପାଇଁ ଅସୁବିଧା ବଢ଼ିପାରେ । ଏହା ପୂର୍ବରୁ ମଧ୍ୟ ଶ୍ରୀ ଚୌଧୁରୀ ଏମିତି କିଛି ମନ୍ତବ୍ୟ ଦେଇ ଟ୍ରୋଲ ହୋଇଛନ୍ତି । ଏହି ମାମଲାରେ ମଧ୍ୟ ତାଙ୍କୁ ଲୋକଙ୍କ ଟ୍ରୋଲର ସାମନା କରିବାକୁ ପଡ଼ିଛି ।

ତେବେ ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ସେ ଆହୁରି କହିଛନ୍ତି, ମୁଁ ବଙ୍ଗାଳି, ମୋର ହିନ୍ଦି ଭଲ ନୁହେଁ ,ତେଣୁ ମୋତେ ସଂସଦରେ ସ୍ପଷ୍ଟିକରଣ ଦେବାକୁ ଅନୁମତି ଦିଅନ୍ତୁ ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.