ଦେଶ ବିଦେଶ

କ’ଣ ଭାରତରେ ଜଲ୍‌ଦି ‘ଏଣ୍ଡେମିକ୍’ ଘୋଷଣା ହୋଇପାରେ କରୋନା? ଏହି ବୈଜ୍ଞାନିକ କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ଭାରତରେ କରୋନାର ନୂଆ ମାମଲା ଲଗାତାର ଭାବରେ କମିବାରେ ଲାଗିଛି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ସଂକ୍ରମଣ ହାର ବି ନିମ୍ନ ସ୍ତରରେ ରହିଛି। ଏଭଳି ସ୍ଥିତିରେ ଜଣାଶୁଣା ଭାଇରୋଲୋଜିଷ୍ଟ ଟି ଜ୍ୟାକବ୍ ଜନ୍ କହିଛନ୍ତି କି, ଭାରତରେ ଯଦି କୋଭିଡ-୧୯ର ଦୈନିକ ମାମଲା ୪ ସପ୍ତାହ ଧରି କମି ଚାଲିବ ବା ସ୍ଥିର ରହିବ, ତା’ ହେଲେ ଏହା କୁହାଯାଇ ପାରିବ ଯେ କରୋନା ଭାଇରସ୍ ସଂକ୍ରମଣ ‘ଏଣ୍ଡେମିକ୍’ ପର୍ଯ୍ୟାୟରେ ପ୍ରବେଶ କରୁଛି। ଜନ୍ କହିଛନ୍ତି, ଯେତେବେଳେ କୌଣସି ସମ୍ପ୍ରଦାୟରେ ମାମଲା ସଂଖ୍ୟା ଏକ ଗ୍ରାଫରେ ଦେଖାଯାଏ ତ ମାମଲା ସଂଖ୍ୟା ବଢ଼ିବା, ଶିଖରରେ ପହଞ୍ଚିବା କି ହ୍ରାସ ପାଇବାର ପ୍ରକ୍ରିୟାକୁ ମହାମାରୀ (ଏପିଡେମିକ୍) କୁହାଯାଇଥାଏ। ମାମଲାର ଭୂସମାନ୍ତର ସ୍ଥିର ଅବସ୍ଥାକୁ ଏଣ୍ଡେମିକ୍ କୁହାଯାଏ। ଯେତେବେଳେ ମହାମାରୀର ଏହି ପ୍ରକ୍ରିୟା ପୁଣିଥରେ ସୃଷ୍ଟି ହୁଏ, ତ ଏହାକୁ ଲହର କୁହାଯାଇଥାଏ।

ଏବେ ଏଣ୍ଡେମିକ୍ ସ୍ଥିତି ଘୋଷଣା କରାଯାଇ ପାରିବ ନାହିଁ

ସେ କହିଛନ୍ତି କି, ଯେ ପର୍ଯ୍ୟନ୍ତ ମାମଲା ସଂଖ୍ୟା ୪ ସପ୍ତାହ ଯାଏ ମାମୁଲି ଉତ୍‌ଥାନ-ପତ୍ତନ ସହିତ ହ୍ରାସ ନ ପାଇଛି କି ସ୍ଥିର ନ ରହିଛି, ସେ ପର୍ଯ୍ୟନ୍ତ ଆମେ ଏହାକୁ ଏଣ୍ଡେମିକ୍ ବୋଲି ଘୋଷଣା କରି ପାରିବୁ ନାହିଁ। ଓମିକ୍ରନ୍ ଲହର ଦ୍ରୁତ ଗତିରେ ଦୁର୍ବଳ ହେଉଛି ଏବଂ କିଛି ଦିନ ଭିତରେ ଆମେ ସବୁଠାରୁ କମ୍ ମାମଲା ରେକର୍ଡ କରି ପାରିବା। କିନ୍ତୁ ଏଣ୍ଡେମିକ୍ ପର୍ଯ୍ୟାୟକୁ ନେଇ ସୁନିଶ୍ଚିତ ହେବା ପୂର୍ବରୁ ଆମକୁ ୪ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଜନ୍ କହିଛନ୍ତି, ଯେମିତି ଓମିକ୍ରନ୍ ଆମକୁ ଆଶ୍ଚର୍ଯ୍ୟ କରି ଦେଇଥିଲା, ସେହିପରି ଅନ୍ୟ ଏକ ଅଜବ ରୂପ ମଧ୍ୟ ଆମକୁ ପୁଣିଥରେ ଆଶ୍ଚର୍ଯ୍ୟ କରି ଦେଇପାରେ।

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦର ଭାଇରୋଲୋଜିରେ ଥିବା ସେଣ୍ଟର ଅଫ୍ ଆଡ୍‌ଭାନ୍ସଡ ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ କହିଛନ୍ତି, ଏ ନେଇ ଭବିଷ୍ୟବାଣୀ କରାଯାଇ ପାରିବ ନାହିଁ, ବରଂ କେବଳ ଅନୁମାନ ଲଗାଯାଇ ପାରିବ। ସେ ଅନୁମାନ କରି କହିଛନ୍ତି ଯେ ଏଣ୍ଡେମିକ୍ ପର୍ଯ୍ୟାୟ ଅନେକ ମାସ ପର୍ଯ୍ୟନ୍ତ ଚାଲିବ ଏବଂ ଏହି କଥାର ଆଶଙ୍କା ବହୁତ କମ୍ ଯେ ଓମିକ୍ରନଠାରୁ ଅଧିକ ସଂକ୍ରାମକ ଓ ଡେଲଟାଠାରୁ ଅଧିକ ବିପଜ୍ଜନକ ଅନ୍ୟ ସ୍ୱରୂପ ସାମ୍ନାକୁ ଆସିବ।

ଭାଇରସ୍ ସହିତ ନିଜକୁ ଚାଲିବାକୁ ହେବ

ମହାମାରୀ ବିଶେଷଜ୍ଞ ତଥା ଦିଲ୍ଲୀସ୍ଥିତ ଫାଉଣ୍ଡେସନ ଫର୍ ପିପୁଲ୍-ସେଣ୍ଟ୍ରିକ୍ ହେଲଥ୍ ସିଷ୍ଟମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା. ଚନ୍ଦ୍ରକାନ୍ତ ଲହରିଆ କହିଛନ୍ତି, କୋଭିଡ୍-୧୯ ଭାରତରେ ଏଣ୍ଡେମିକ୍ ପର୍ଯ୍ୟାୟରେ ପ୍ରବେଶ କରୁଛି କି ନାହିଁ, ସାଧାରଣ ଜନତାଙ୍କ ଦୃଷ୍ଟିକୋଣରୁ ଏହାର ପ୍ରାସଙ୍ଗିକତା ସୀମିତ। ଲୋକଙ୍କୁ ଭାଇରସ୍ ସହିତ ହିଁ ରହିବାର ନୂଆ ତରିକା ଅନୁସାରେ ନିଜକୁ ଖାପ ଖୁଆଇବାକୁ ପଡିବ। କୋଭିଡ-୧୯ ଯୋଗୁ କିଛି ବି ବନ୍ଦ ହେବା ଉଚିତ ନୁହେଁ। କହି ରଖୁଛୁ, ଦେଶରେ ପ୍ରାୟ ୪୪ ଦିନ ପରେ ସଂକ୍ରମଣର ଦୈନିକ ମାମଲା ୩୦ ହଜାରରୁ କମ୍ ରେକର୍ଡ ହୋଇଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago