କାନାଡ଼ାରେ ୫ଟି ସ୍ଥାନରେ ଗୁଳି ମାଡ଼ କରି ୨ ଜୀବନ ନେଲା ଦୁର୍ବୃତ୍ତ, ଟାର୍ଗେଟରେ ଥିଲେ ଘର ନଥିବା ଲୋକ

କାନାଡ଼ାର ଭ୍ୟାନ୍‌କୋଭରଠାରେ ଭୟଙ୍କର ଗୁଳିକାଣ୍ଡ। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ଲେଂଗଲୀ ଓ ଲେଂଗଲୀ ଟାଉନ୍‌ସିପ୍‌ରେ ୫ଟି ସ୍ଥାନରେ ଫାୟାରିଂ ହୋଇଛି। ସମସ୍ତ ସ୍ଥାନରେ ଗୋଟିଏ ବ୍ୟକ୍ତି ହିଁ ଫାୟାରିଂ କରିଛି। ଏହି ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପ୍ରଥମେ କୁହାଯାଉଥିଲା ଯେ ଏହି ଆକ୍ରମଣକାରୀ ଘର ନଥିବା ଲୋକଙ୍କୁ ଟାର୍ଗେଟ୍‌ କରିଥିଲେ। କିନ୍ତୁ ପୋଲିସ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ। ଲେଂଗଲୀର ପୋଲିସ ପ୍ରମୁଖ ଗାଲିବ ଭୟାନୀ ଏକ ପ୍ରେସ୍‌ କନ୍‌ଫରେନ୍ସରେ କହିଛନ୍ତି, ଏହି ଘଟଣାରେ ୪ ଜଣଙ୍କୁ ଗୁଳି ମାଡ଼ ହୋଇଛି। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ଓ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି। ପୋଲିସ ଏବେ ଆହତ ଓ ଅଭିଯୁକ୍ତର ପରିଚୟ ଖୋଜୁଛି। ଏମାନଙ୍କ ଭିତରେ ସମ୍ପର୍କ ଥିଲା କି ନାହିଁ ସେ ନେଇ ତଦନ୍ତ ଆରମ୍ଭ କରି ପୋଲିସ।

ରୟାଲ କାନାଡିୟାନ୍‌ ମାଉଣ୍ଟେନ୍‌ ପୋଲିସର ମୁଖପାତ୍ର ସର୍ଜେଣ୍ଟ ରେବେକା ପାର୍ସଲୋ ବ୍ରିଟିଶ କଲମ୍ବିଆର ଲେଗସୀ ସହରରେ ହୋଇଥିବା ହିଂସାକୁ ନେଇ କହିଛନ୍ତି, ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେହିପରି ୨ ଜଣଙ୍କର ଜୀବନ ବି ଯାଇଛି।

ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଥିବା ଡାଭିଡ୍‌ ଲି କହିଛନ୍ତି, ଏବେ ଏହି ଗୁଳିମାଡ଼ର ତଦନ୍ତ ଚାଲିଛି ଯେ କିଏ ଓ କାହିଁକି ଏହି ଅନ୍ଧାଧୂନ ଗୁଳି ଚଳାଇଛି। ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Also Read: ଆଜି ଶ୍ରାବଣ ଶିବରାତ୍ରି: ଏହି ଶୁଭ ମୁହୂର୍ତ୍ତରେ ମହାଦେବଙ୍କ ଆରାଧନା କରନ୍ତୁ, ଦୂର ହେବ ସବୁ ସମସ୍ୟା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.