Toronto: ଭାରତର ଭ୍ୟାକ୍ସିନ୍ ମିଳିବା ପରେ ଖୁସି ହେଲା କାନାଡା, ବିଲ୍ବୋର୍ଡରେ ମୋଦିଙ୍କ ଫଟୋ ଲଗାଇ ଜଣାଇଲା ଧନ୍ୟବାଦ
କରୋନା ମହାମାରୀ ଭିତରେ ଭାରତ ଆଗକୁ ବଢ଼ି ବିଶ୍ୱର କେତେକ ଦେଶକୁ ସାହାଯ୍ୟର ହାତ ବଢ଼ାଇଛି ଏବଂ ସେଠି କରୋନା ଭ୍ୟାକ୍ସିନ୍ ଉପଲବ୍ଧ କରାଇଛି। ଭାରତର ଏହି ସହାୟତାକୁ ସଂଯୁକ୍ତ ରାଷ୍ଟ୍ର ପ୍ରଶଂସା କରିଛି। ଭାରତ ନିଜ ପଡ଼ୋଶୀ ଦେଶଗୁଡ଼ିକୁ ଭ୍ୟାକ୍ସିନ୍ ଉପଲବ୍ଧ କରାଇ ସାରିଛି, ଯାହାକୁ ନେଇ ସେହି ଦେଶଗୁଡ଼ିକ ଭାରତକୁ ବେଶ୍ ପ୍ରଶଂସା କରୁଛନ୍ତି।
ନିକଟରେ ସିରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କମ୍ପାନୀ କୋଭିଶିଲ୍ଡ ଭ୍ୟାକ୍ସିନ୍ର ୫ ଲକ୍ଷ ଡୋଜ୍କୁ ପ୍ରଥମ ପର୍ଯ୍ୟାୟରେ କାନାଡାରେ ପହଞ୍ଚାଇଛି। କାନାଡା ମଧ୍ୟ ଏଥିପାଇଁ ଭାରତକୁ ଧନ୍ୟବାଦ ଜଣାଇଛି। ଭାରତର ପ୍ରଶଂସାରେ କାନାଡାର ଗ୍ରେଟର ଟୋରୋଣ୍ଟୋରେ ପିଏମ୍ ମୋଦିଙ୍କ ଫଟୋ ଥିବା ବିଲ୍ବୋର୍ଡ ଲଗାଯାଇ ତାଙ୍କୁ ଧନ୍ୟବାଦ ଜଣାଯାଇଛି।
ବିଲ୍ବୋର୍ଡରେ ମୋଦିଙ୍କ ଫଟୋ ସହିତ କ୍ୟାପସନ ଲେଖାଯାଇଛି କି, ‘କାନାଡାକୁ କୋଭିଡ୍ ଭ୍ୟାକ୍ସିନ୍ ଉପଲବ୍ଧ କରାଇବା ପାଇଁ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ’। ସୂଚନାଥାଉ କି, ଭାରତ ବହୁତ ଜଲ୍ଦି କାନାଡାକୁ କରୋନା ଭ୍ୟାକ୍ସିନ୍ର ୨୦ ଲକ୍ଷ ଡୋଜ୍ ପଠାଇବାକୁ ଯାଉଛି। ଏଥି ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପିଏମ୍ ମୋଦିଙ୍କୁ କଲ୍ କରି ଅନୁରୋଧ କରିଥିଲେ କି, ଭାରତ ତାଙ୍କ ଦେଶକୁ ମଧ୍ୟ କୋଭିଡ୍ ଭ୍ୟାକ୍ସିନ୍ ଯୋଗାଇ ଦେଉ। ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।
Billboards come up in Greater Toronto area thanking PM Narendra Modi for providing COVID-19 vaccines to Canada pic.twitter.com/0AaQysm6O1
— ANI (@ANI) March 11, 2021