କରୋନା ଡାଟା ବଦଳରେ ଆଡଲ୍ଟ ପୋଷ୍ଟ୍‍! ଭୁଲ୍‌ ପାଇଁ ୟୁଜର୍ସଙ୍କୁ କ୍ଷମା ମାଗିଲା କାନାଡାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କାନାଡାର କ୍ୟୁବେକ୍‌ ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ଅପ୍‌ଡେଟ ଦେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁତର ଭୁଲ୍‌ କରି ବସିଛି। ମନ୍ତ୍ରାଳୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ କରୋନା ଡାଟା ବଦଳରେ ଏକ ଆଡଲ୍ଟ ଭିଡିଓର ଲିଙ୍କ୍‌ ସେୟାର କରି ଦେଇଛି, ଯାହାକି କିଛି ସମୟ ଭିତରେ ଭାଇରାଲ ହୋଇ ଯାଇଥିଲା। ଏହି ପୋଷ୍ଟ ଟ୍ଵିଟର ଆକାଉଣ୍ଟରୁ ହୋଇଥିଲା, ଯାହାପରେ ୟୁଜରମାନେ କ୍ୟୁବେକ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ।

ଖବର ମୁତାବକ, ଏଠାରେ କ୍ୟୁବେକ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟ୍ଵିଟର ଆକାଉଣ୍ଟରୁ କେହି ଜଣେ ଏପରି ଟ୍ଵିଟ୍‌ କରି ଦେଇଥିଲା। ଏହି ଟ୍ଵିଟ୍‌ ୧୪ ଏପ୍ରିଲରେ କରାଯାଇଥିଲା, ଯାହାକି ୩୦ ମିନିଟ୍‌ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ରହିଥିଲା। ଯେତେବେଳେ ଏହି ଭୁଲ୍‌ ଜଣାପଡ଼ିଥିଲା, ତ ସଙ୍ଗେ ସଙ୍ଗେ ଟ୍ଵିଟ୍‌କୁ ଡିଲିଟ୍‌ କରି ଦିଆଯାଇଥିଲା। ପରେ ଆଉ ଏକ ଟ୍ଵିଟ୍‌ କରି ମନ୍ତ୍ରାଳୟ ନିଜର ୧ ଲକ୍ଷ ୩ ହଜାର ୟୁଜରଙ୍କୁ କ୍ଷମା ମାଗିଥିଲା।

health
photo: aajtak

ଟ୍ଵିଟ୍‌ କରି ମନ୍ତ୍ରାଳୟ ଲେଖିଥିଲା କି, ‘ଆମର ନିୟନ୍ତ୍ରଣ ବାହାରେ ଥିବା ପରିସ୍ଥିତି ହେତୁ ଟ୍ଵିଟର ଆକାଉଣ୍ଟରୁ ଅନୁଚିତ ଜିନିଷର ଏକ ଲିଙ୍କ୍‌ ପୋଷ୍ଟ୍‍ ହୋଇଯାଇଥିଲା। ଆମେ କାରଣଗୁଡ଼ିକୁ ଖୋଜୁଛୁ। ଅସୁବିଧା ପାଇଁ ଦୁଃଖିତ’। ଯଦିଓ କ୍ଷମା ମାଗିବା ପରେ ମଧ୍ୟ ମନ୍ତ୍ରାଳୟ ଟ୍ରୋଲର୍ସଙ୍କ କବଳରୁ ବର୍ତ୍ତିପାରି ନ ଥିଲା। ଜଣେ ୟୁଜର ଲେଖିଥିଲେ, ‘ମୋର ସେହି କର୍ମଚାରୀଙ୍କ ସହିତ ସହାନୁଭୂତି ରହିଛି, ଯିଏ ଭୁଲ୍‌ରେ ଏହି ଭିଡିଓର ଲିଙ୍କ୍‌ ଅଫିସିଆଲ ଟ୍ଵିଟର ଆକାଉଣ୍ଟରୁ ସେୟାର କରି ଦେଇଛନ୍ତି’। କହି ରଖୁଛୁ, ୟୁଜରମାନେ ଏବେ ବି ସେହି ଟ୍ଵିଟ୍‌ର ସ୍କ୍ରିନ୍‌ଶର୍ଟ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.