କ୍ୟାନ୍ସରର କାରଣ ସାଜିପାରେ ଗୁପଚୁପ ବା ପାନିପୁରୀ, ଜାଣନ୍ତୁ କାରଣ
କ୍ୟାନ୍ସରର କାରଣ ସାଜିପାରେ ଗୁପଚୁପ ବା ପାନିପୁରୀ । ପାଟିକୁ ସୁଆଦିଆ ଲାଗୁଥିବା ଗୁପଚୁପ ଭୟାନକ ରୋଗ କ୍ୟାନ୍ସରର କାରଣ ହୋଇପାରେ । କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗର ଏମିତି କିଛି ସାଂଘାତିକ ତଥ୍ୟ ଏବେ ସାଧାରଣରେ ଭୟ ସୃଷ୍ଟି କରିଛି । ଅଧିକ ଗୁପଚୁପ ତଥା ହାନିକାରିକ କୃତ୍ରିମ ରଙ୍ଗ ବ୍ୟବହାର ହେଉଥିବା ଖାଦ୍ୟ ଖାଇଲେ କ୍ୟାନ୍ସର ହେବାର ଆଶଙ୍କା ଥିବା ଦର୍ଶାଇଛି କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ।
ରାଜ୍ୟର ୭୯ଟି ଜାଗାରୁ ୨୬୧ଟି ନମୁନାକୁ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ୨୨ ପ୍ରତିଶତ ଅର୍ଥାତ ୪୧ଟି ନମୁନାରେ କ୍ୟାନ୍ସରର ଲକ୍ଷଣ ଥିବା କହିଛି କର୍ଣ୍ଣାଟକ ଖାଦ୍ୟ ଓ ନିରାପତ୍ତା ବିଭାଗ । ତାସହ ୧୮ଟି ନମୁନାକୁ ଅତି ନିମ୍ନମାନର ବୋଲି କୁହାଯାଇଛି । ଯେଉଁଥିରେ ବ୍ରିଲିଆଣ୍ଟ ବ୍ଲୁ, ସନସେଟ ୟେଲୋ, ଟାର୍ଟାଜାଇନ ଭଳି ହାନିକାରକ କୃତ୍ରିମ ରଙ୍ଗ ବ୍ୟବହାର ହୋଇଥିବା ଜଣାପଡିଛି ।
ଯାହା କ୍ୟାନ୍ସରର କାରଣ ସାଜିପାରେ ବୋଲି କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ କହିଛି । ଅଧିକ ଖାଇବା ଦ୍ୱାରା ଏହା କ୍ୟାନସର ପରି ମାରାତ୍ମକ ରୋଗକୁ ଡକରା ଦେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ପୂର୍ବରୁ ହାନିକାରକ କୃତ୍ରିମ ରଙ୍ଗରେ ପ୍ରସ୍ତୁତ ହେଉଥିବା କୋବି ମଞ୍ଚୁରିଆନ, କବାବ, କଟନ କ୍ୟାଣ୍ଡି ପରି ଚଟପଟି ଖାଦ୍ୟକୁ ବ୍ୟାନ କରିସାରିଛି ଖାଦ୍ୟ ଓ ନିରାପତ୍ତା ବିଭାଗ ।