କ୍ୟାନ୍ସର ଓ ମଧୁମେହ ରୋଗୀଙ୍କୁ ଝଟକା, ସରକାର ବଢାଇବେ ଔଷଧ ଦାମ୍

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମହଙ୍ଗା ଝାଟ୍ । ବଢ଼ିବ ବିଭିନ୍ନ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବଢିପାରେ । କ୍ୟାନ୍ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାଟିକ୍ ଏବଂ ଜରୁରୀ ଔଷଧର ଦାମ୍ ବଢ଼ାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଖବର ମୁତାବକ, ଜରୁରୀ ମେଡିସିନ ଦାମ୍ ୧.୭ ପ୍ରତିଶତ ବଢ଼ିପାରେ ବୋଲି କୁହାଯାଉଛି ।
ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମେଷ୍ଟ୍ରିସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ ମହାସଚିବ ରାଜୀବ ସିଂଘଲ କହିଛନ୍ତି, ଜରୁରୀ ଔଷଧ ଗୁଡ଼ିକର ଦାମ୍ ବଢ଼ିଲେ ଫାର୍ମା କମ୍ପାନୀକୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଫାର୍ମା ଇଣ୍ଡଷ୍ଟ୍ରୀରେ ଔଷଧ ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା କଞ୍ଚାମାଲ୍ ଏବଂ ଅନ୍ୟ ଖର୍ଚ୍ଚ ବଢ଼ୁଥିବାରୁ କେନ୍ଦ୍ର ସରକାର ଔଷଧର ମୂଲ୍ୟ ସାମାନ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି ।
କ୍ୟାନ୍ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାଟିକ୍ ଏବଂ ଜରୁରୀ ଔଷଧର ଦାମ୍ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ଆସନ୍ତା ଦୁଇରୁ ତିନି ମାସ ଭିତରେ ପଡ଼ିବ । କାରଣ ୯୦ ଦିନର ଔଷଧ ଷ୍ଟକ୍ ପୂର୍ବରୁ ରହିଛି ।
ଫର୍ମା ଇଣ୍ଡଷ୍ଟ୍ରୀର କମ୍ପାନିମାନଙ୍କ ଉପରେ ବାରମ୍ବାର ନିୟମ ଉଲ୍ଲଙ୍ଘନର ଅଭିଯୋଗ ରହିଛି । ସଂସଦୀୟ ସ୍ଥାୟୀ କମିଟିର ନିୟମ ଅନୁଯାୟୀ, ଫାର୍ମା କମ୍ପାନିଗୁଡ଼ିକ ମୂଲ୍ୟ ବୃଦ୍ଧି ସୀମାକୁ ଉଲ୍ଲଙ୍ଘନ କରିଛି । ଏନେଇ ଏନପିପିଏରେ ୩୦୭ଟି ମାମଲା ରୁଜୁ ହୋଇଛି । ଏନପିପିଏ ୨୦୧୩ରେ ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ ଅର୍ଡର ଆଧାରରେ ଔଷଧର ଦାମ୍କୁ ଧାର୍ଯ୍ୟ କରିଥିଲା । ସମସ୍ତ ଫର୍ମା କମ୍ପାନି ଧାର୍ଯ୍ୟ ସୀମାରେ ଔଷଧର ମୂଲ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ନିର୍ମାତା ଏବଂ ବିପଣନକାରୀମାନେ NPPA ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ ମୂଲ୍ୟ କିମ୍ବା ତା’ଠାରୁ କମ୍ ମୂଲ୍ୟରେ ସେମାନଙ୍କର ଉତ୍ପାଦ ବିକ୍ରି କରିବାକୁ ପଡିବ ।
Also Read : ହେଲମେଟ ନ ପିନ୍ଧିବାରୁ ୧୦ ଲକ୍ଷର ଚାଲାଣ କାଟିଲା ପୋଲିସ, ୧୧ମାସ ହେଲା ଟ୍ରାଫିକ ଥାନାକୁ ଦୌଡୁଛନ୍ତି ଯୁବକ