ନାଲି ପିମ୍ପୁଡି ନୁହେଁ କରୋନା ଔଷଧ, ଏହାକୁ ଖିଆଯାଇ ପାରିବ ନାହିଁ: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାରା ଦେଶକୁ କରୋନାର ପ୍ରକୋପ ଦୋହଲାଇ ଦେଇଥିବା ବେଳେ ବର୍ତ୍ତମାନ ପିମ୍ପୁଡ଼ି ଚଟଣିରୁ କରୋନା ଠିକ୍ ହେବାର ମାମଲା ସୁପ୍ରିମକୋର୍ଟ ରେ ପହଞ୍ଚିଛି । କୋରୋନା ଚିକିତ୍ସା ପାଇଁ ନାଲି ପିମ୍ପୁଡ଼ି ଚଟଣି ବ୍ୟବହାର କରିବାକୁ ନିର୍ଦ୍ଦେଶ ମାଗିଥିବା ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, “ସେ କରୋନା ଚିକିତ୍ସା ପାଇଁ ଏପରି ନିର୍ଦ୍ଦେଶ ଦେଇପାରିବେ ନାହିଁ ଯେ ଯାହା ପାରମ୍ପାରିକ ଜ୍ଞାନ କିମ୍ବା ଘରୋଇ ଉପଚାରର ସାଧନ ହୋଇଥାଏ, ତାହାକୁ ସମଗ୍ର ଦେଶ ପାଇଁ କାର୍ଯ୍ୟକାରୀ କରାଯାଉ ।”

ଅନ୍ୟପଟେ ସୁପ୍ରିମକୋର୍ଟର ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ, “ଆପଣ ଦେଖିପାରିବେ ଯେ ଅନେକ ପାରମ୍ପାରିକ ପଦ୍ଧତି ଅଛି । ଏପରିକି ଆମ ଘରରେ ମଧ୍ୟ ପାରମ୍ପାରିକ ସୂଚନା ରହିଥାଏ । କିନ୍ତୁ ଏହିପରି ସମସ୍ତ ଚିକିତ୍ସା ପଦ୍ଧତି ଆପଣଙ୍କୁ ନିଜ ଉପରେ ପ୍ରୟୋଗ କରିବାକୁ ପଡ଼ିଥାଏ । ଯଦି କୌଣସି ଫଳାଫଳ ଆସେ ତେବେ ଆପଣ ନିଜେ ଏହାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ, ଆମେ କହି ପାରିବୁ ନାହିଁ ଯେ ଏହା ସମଗ୍ର ଦେଶ ପାଇଁ କାର୍ଯ୍ୟକାରୀ ହେବା ଆବଶ୍ୟକ ।” ସୁପ୍ରିମକୋର୍ଟ ଆବେଦନକାରୀ ଏନ. ପଢିୟାଲଙ୍କୁ କହିଛନ୍ତି ଯେ ସେ ଟିକା ଗ୍ରହଣ କରନ୍ତୁ ଓ ଆବେଦନକୁ ଖାରଜ କରନ୍ତୁ । ଆବେଦନକାରୀ ଓଡିଶାର ଆଦିବାସୀ ସମ୍ପ୍ରଦାୟର ସଦସ୍ୟ । ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ଓଡିଶା ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ଓ ସେହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲା ଏଠାରେ ଶେଷ ହେବା ଆବଶ୍ୟକ । ଆମେ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଶୁଣିବାକୁ ଚାହୁଁନାହୁଁ । ଏପରି ପରିସ୍ଥିତିରେ ଆବେଦନ ଖାରଜ ହୋଇଯାଇଛି । ପିଟିସନରେ କୁହାଯାଇଛି ଯେ ଲାଲ୍ ପିମ୍ପୁଡ଼ି ଚଟଣିରେ ନାଲି ପିମ୍ପୁଡ଼ି ଓ କଞ୍ଚା ଲଙ୍କା ଥାଏ । ଏହା ପାରମ୍ପାରିକ ଭାବରେ ଆଦିବାସୀ ଅଞ୍ଚଳରେ ଔଷଧ ଭାବରେ ବ୍ୟବହୃତ ହୁଏ । ଏହା ଓଡ଼ିଶା ଓ ଛତିଶଗଡ ଅଞ୍ଚଳରେ ଫ୍ଲୁ, କାଶ, ସାଧାରଣ ଥଣ୍ଡା ଏବଂ ନିଶ୍ୱାସ ପ୍ରଶ୍ୱାସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଆବେଦନକାରୀ ଦାବି କରିଛନ୍ତି ଯେ ଲାଲ୍ ପିମ୍ପୁଡ଼ି ଔଷଧ ଭଳି ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ଫର୍ମିକ୍ ଏସିଡ୍, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି 12 ଏବଂ ଜିଙ୍କ ଥାଏ । ଏହା କୋଭିଡ କୁ ଭଲ କରିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.