ଚୀନ୍‌ର ଏମିତିକା ଅଫିସ , ନ ହସିଲେ ଭିତରକୁ ଯିବା ମନା

ଯଦି କର୍ମଚାରୀ ହସ ହସ ମୁହଁରେ ଅଫିସକୁ ପ୍ରବେଶ ନ କଲେ ତେବେ ଖୋଲିବ ନାହିଁ ଗେଟ୍‌ । କାରଣ ‘ସ୍ମାଇଲିଂ ରିକଗନିସନ ଟେକ୍‌ନୋଲୋଜି’ ଏଣ୍ଟି୍ର ଗେଟ୍‌ ଖୋଲିବ ନାହିଁ ।

ବେଜିଂ : ହସିବାରେ କି ମହତ୍ତ୍ୱ ରହିଛି ଏହା କେବଳ କହିପାରିବେ ଚୀନ ସ୍ଥିତ କେନନ କ୍ୟାମେରା ଅଫିସରେ କାମ କରୁଥିବା କର୍ମଚାରୀ । କମ୍ପାନି ଅଫିସରେ ଆର୍ଟିଫିସିଆଲ୍‌ ଆଧାରିତ ଏମିତି ଚେହେରା ଚିହ୍ନଥିବା ମେସିନ ଲଗାଇଛି ଯାହାଦ୍ୱାରା କର୍ମଚାରୀ କେବଳ ହସିଲେ ହେଁ ଅଫିସ ଗେଟ୍‌ ଖୋଲିବ । ଯଦି କର୍ମଚାରୀଙ୍କ ମୁହଁରେ ହସ ନଆସିଲା ତେବେ କଥା ସରିଲା । ସ୍ମାଇଲ ରେକଗନିସନ୍‌ ମେସିନ ଆପଣଙ୍କୁ ରିଡ୍‌ କରି ପାରିବ ନାହିଁ । ଅର୍ଥାତ ସେଦିନ ଆପଣଙ୍କ ଅଫିସ ବନ୍ଦ ।

canon employee
photo credit: patrika.com

ଅଫିସ କଲ୍‌ଚର ସୁନ୍ଦର କରିବା ପାଇଁ ଓ କର୍ମଚାରୀଙ୍କ ବ୍ୟବହାରରେ ସୁଧାର ଆଣିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ଯେପରି ସବୁ କର୍ମଚାରୀ ନିଜର କାମ ଆରମ୍ଭ କରିବ ପୂର୍ବରୁ ଖୁସି ଓ ପ୍ରଶନ୍ନତାର ସହ କାମ ଆରମ୍ଭ କରିପାରିବେ ।

ଏହାର ଆଉ ଏକ ଦିଗ ଅଛି ଯେ କମ୍ପାନି ଏହି ଟେକ୍‌ନୋଲୋଜି ମାଧ୍ୟମରେ କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖୁଛି । କେଉଁ କର୍ମଚାରୀ କେତେ ସମୟ ନିଜ କାମ ମଝିରେ ବ୍ରେକ୍‌ ନେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.