ବୁଷ୍ଟର ଡୋଜ୍‌ ପରେ ନେଇପାରିବେନି ନାଜାଲ ଟିକା, ଶରୀରରେ କାମ କରିବନି ବୋଲି ଚେତାଇଲେ କୋଭିଡ୍ ଟାସ୍କ ଫୋର୍ସ ଟିମ୍ ମୁଖ୍ୟ

ନୂଆଦିଲ୍ଲୀ: ଭାରତର ଭ୍ୟାକ୍ସିନ୍‌ ଟାସ୍କ ଫୋର୍ସ ମୁଖ୍ୟ କହିଛନ୍ତି ଯେ ବୁଷ୍ଟର ଡୋଜ ନେଇଥିବା ଲୋକଙ୍କୁ ଭାରତରେ ନାଜାଲ ଟିକା ଦିଆଯିବ ନାହିଁ। ଗତ ସପ୍ତାହରେ କୋଭିନ୍‌ ପ୍ଲାଟଫର୍ମରେ ନାଜାଲ୍‌ ଟିକା iNCOVACC ଆରମ୍ଭ କରାଯାଇଥିଲା।

ଏନଟିଏଜିଆଇର କୋଭିଡ୍ ଟାସ୍କ ଫୋର୍ସ ଟିମ୍ ମୁଖ୍ୟ ଡକ୍ଟର ଏନ.କେ ଆରୋରା କହିଛନ୍ତି, ‘ଏହି ନାଜାଲ୍‌ ଟିକାକୁ ପ୍ରଥମ ବୁଷ୍ଟର୍‌ ଭାବରେ ବ୍ୟବହାର କରାଯାଇପାରିବ। ଉଦାହରଣ ସ୍ୱରୂପ: ଯଦି ଜଣେ ବ୍ୟକ୍ତି ପୂର୍ବରୁ ଏକ ସତର୍କତାମୂଳକ ଔଷଧ ଗ୍ରହଣ କରିସାରିଛନ୍ତି, ତେବେ ସେ ଏହାକୁ ନେଇପାରିବେ ନାହିିଁ। ଯେଉଁମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି, ଏହା କେବଳ ତାଙ୍କ ପାଇଁ। ତାଙ୍କ କହିବାନୁସାରେ, ନୂତନ ଟିକା ପ୍ରବର୍ତ୍ତନ ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରେ। ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ନାଜାଲ ଟିକା ନେଇ ପାରିବେ କି ପ୍ରଶ୍ନରେ ସେ କହିଛନ୍ତି ଯେ ଏହା ଏହି କାର୍ଯ୍ୟକ୍ରମର ଅଂଶ ନୁହେଁ।

ଡ. ଆରୋରା କହିଛନ୍ତି, ଚତୁର୍ଥ ଡୋଜ ନେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଶରୀରରେ ଏହା କାମ କରିନପାରେ। ଯଦି ଜଣେ ବ୍ୟକ୍ତି ବାରମ୍ବାର ଏକ ନିର୍ଦ୍ଦିଷ୍ଟ ପ୍ରକାରର ଆଣ୍ଟିଜେନ୍‌ ନିଏ, ତେବେ ଶରୀର ପ୍ରତିକ୍ରିୟା କରିବା ବନ୍ଦ କରିଦିଏ। ନଚେତ୍‌ ଖରାପ ପ୍ରତିକ୍ରିୟା କରିଥାଏ। ତେଣୁ ପ୍ରାରମ୍ଭରେ ଏମ୍‌ଆରଏନ୍‌ଏ ଟିକା ଛଅ ମାସ ବ୍ୟବଧାନରେ ଦିଆଯାଏ। ପରେ ଲୋକମାନେ ଏହାକୁ ତିନି ମାସର ବ୍ୟବଧାନ ନେଉଛନ୍ତି। ତେଣୁ ଏହି ସମୟରେ ଚତୁର୍ଥ ଡୋଜ୍‌ ନେବାର କୌଣସି ଅର୍ଥ ନାହିଁ।

କୋଭିଡ୍ ଟାସ୍କ ଫୋର୍ସ ଟିମ୍ ମୁଖ୍ୟ ଡ. ଆରୋରା କହିଛନ୍ତି, ଟିକା ଶରୀରର ପ୍ରବେଶ ପଥ ଅର୍ଥାତ୍‌ ନାକ ଏବଂ ପାଟିରେ ପ୍ରତିରକ୍ଷା ପ୍ରଣାଳୀ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଫଳରେ ଜୀବାଣୁ ସହଜରେ ପ୍ରବେଶ କରିପାରିନଥାନ୍ତି। ଏହା କୋଭିଡ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ତାଙ୍କ କହିବାନୁସାରେ, ଦେଶରେ ଲୋକମାନେ ତିନୋଟି ଟିକା ନେଇଛନ୍ତି। ଟିକାକରଣର ଚାରି କିମ୍ବା ପାଞ୍ଚ ଡୋଜ୍‌ବିଶିଷ୍ଟ। ଉତ୍ତର ଆମେରିକା ଏବଂ ୟୁରୋପର ଲୋକ ଏହି ଏମ୍‌ଆରଏ ଟିକା ନେଇଛନ୍ତି। ତଥାପି ସେମାନେ ବାରମ୍ବାର ସଂକ୍ରମଣର ଶିକାର ହେଉଛନ୍ତି।

Also Read: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.