ପୁଷ୍ପା-୨ ଫାଇଟ ସିନ୍ ଦେଖି ବ୍ୟକ୍ତିଙ୍କ କାନ କାମୁଡିଦେଲା କ୍ୟାଣ୍ଟିନ ମାଲିକ, ପେମେଣ୍ଟ ବିଲ୍କୁ ନେଇ ହୋଇଥିଲା ବିବାଦ

ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା-୨’ ସ୍କ୍ରିନିଂ ସମୟରେ ଥିଏଟରର କ୍ୟାଣ୍ଟିନରେ ପେମେଣ୍ଟକୁ ନେଇ ବିବାଦ ହୋଇଥିଲା । ବିବାଦ ଯୋଗୁଁ କ୍ୟାଣ୍ଟିନ ମାଲିକ ପୁଷ୍ପା ଫିଲ୍ମର ସିନ୍ ଭଳି ଗ୍ରାହକଙ୍କ କାନ କାମୁଡି ଦେଇଥିବା ଖବର ଏବେ ଚର୍ଚ୍ଚାରେ । ମଧ୍ୟପ୍ରଦେଶର ଗ୍ୱାଲିଅରରେ ଘଟିଛି ଏଭଳି ଘଟଣା ଘଟିଛି ।

ଖବର ମୁତାବକ, ଗ୍ବାଲିଅରର ଇନ୍ଦରଗଂଜ କୈଳାସ ଟକିଜରେ କ୍ୟାଣ୍ଟିନ ମାଲିକ ଓ ଜଣେ ଗ୍ରାହକଙ୍କ ମଧ୍ୟରେ ଖାଦ୍ୟ ବିଲ୍‌କୁ ନେଇ ଝଗଡ଼ା ହୋଇଥିଲା । ଏହାପରେ କ୍ୟାଣ୍ଟିନ୍ ମାଲିକ ଉକ୍ତ ବ୍ୟକ୍ତିଙ୍କ କାନ କାମୁଡି ଦେଇଥିଲେ । ଶବ୍ବିର ଅହମଦ ନାମକ ଜଣେ ବ୍ୟକ୍ତି ଫିଲ୍ମ ଦେଖିବାକୁ ଆସିଥିଲେ । ତେବେ କିଛି ଖାଦ୍ୟ ସାମଗ୍ରୀ କିଣିବା ପାଇଁ ସେ ହଲ୍ ଭିତରେ ଥିବା କ୍ୟାଣ୍ଟିନ୍‌କୁ ଯାଇଥିଲେ । ଖାଇବା ବିଲ୍‌କୁ ନେଇ କ୍ୟାଣ୍ଟିନ୍ ମାଲିକ ରାହୁ ଓ ଶବ୍ବିରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରାଜୁ ରାଗି ଯାଇ ଶବ୍ବିରଙ୍କ କାନ କାମୁଡି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ୍ବିର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ କ୍ୟାଣ୍ଟିନ ମାଲିକ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ପୁଷ୍ପା-୨ ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଜବରଦସ୍ତ ଆକ୍ସନ ସିନ୍ ରହିଛି । ସେ ଶତ୍ରୁମାନଙ୍କ କାନ କାମୁଡି ଦେଉଥିବା ଦୃଶ୍ୟ ସମସ୍ତଙ୍କୁ ପସନ୍ଦ ଆସୁଛି । ହେଲେ ଏହି ଫିଲ୍ମର ଖରାପ ପ୍ରଭାବ ଏବେ ଗ୍ୱାଲିଅରରେ ଦେଖିବାକୁ ମିଳିଛି । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ପୋଲିସ ରାଜୁ ସମତେ ଅନ୍ୟ ଚାରି ଲୋକଙ୍କ ଉପରେ ବିଏନଏସ ଧାରା ୨୯୪, ୩୨୩ ଏବଂ ୩୪ ଅଧିନରେ ମାମଲା ଦାୟର କରାଯାଇଛି ।

ସୂଚନାଯୋଗ୍ୟ, ‘ପୁଷ୍ପା ୨’ ଅନେକ ରେକର୍ଡ ଭାଙ୍ଗିଦେଇଛି । ମାତ୍ର ୬ ଦିନରେ ୧୦୦୦ କୋଟି ପାର୍ କରିଛି । ପ୍ରଥମ ଥର ପାଇଁ ଭାରତୀୟ ସିନେମା ଇତିହାସରେ କୌଣସି ଫିଲ୍ମ ମାତ୍ର ୬ ଦିନରେ ହଜାରେ କୋଟି ବକ୍ସ ଅଫିସ୍ କଲେକ୍ସନ କରିଛି ।  ୭ମ ଦିନ ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ । ଏହି ଫିଲ୍ମ ଭାରତରେ ୭ମ ଦିନ ୬୮୭ କୋଟିର କଲେକ୍ସନ କରିଛି । ପୁଷ୍ପା-୨ ଭାରତ ଓ ବିଦେଶର ଆୟ ମିଶିଲେ ଏବେ ସୁଦ୍ଧା ହଜାରେ କୋଟି ଟଙ୍କା ଇନକମ୍ କଲାଣି । ‘ପୁଷ୍ପା ୨’‌  ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଛି ।