ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ପଞ୍ଜାବ(କେ ନ୍ୟୁଜ): ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ରାଜ୍ୟପାଳ ବନୱରୀଲାଲ ପୁରୋହିତଙ୍କୁ ଦେଲେ ଇସ୍ତଫା ପତ୍ର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଦୋୖଡରେ ଚାରି ଜଣ ଥିବା ଜଣାଯାଇଛି । ରାଜ କୁମାର ବରକା, ଇନ୍ଦ୍ରଜିତ, ପ୍ରତାପ ସିଂହ, ସୁନୀଲ ଜାଖରଙ୍କ ନାଁ ଚର୍ଚ୍ଚାରେ ଥିବା ଜଣାଯାଇଛି ।

ପ୍ରେସମିଟରେ ଶ୍ରୀ ସିଂହ କହିଛନ୍ତିକି, “ଆଜି ସକାଳେ ସେ ହାଇ କମାଣ୍ଡଙ୍କ ସହ କଥା ହୋଇଥିଲେ । ନିଜ ଇସ୍ତଫା ବାବଦରେ ସେ ସୋନିଆ ଗାନ୍ଧୀଙ୍କୁ ଜଣାଇ ସାରିଛନ୍ତି । ଆଉ ମଧ୍ୟ କହିଛନ୍ତିକି ସେ ଏବେ କଂଗ୍ରେସରେ ଅଛନ୍ତି । ସରକାର ଚଲାଇବା ନେଇ ତାଙ୍କ ଉପରେ ସନ୍ଦେହ କରାଯାଉଥିଲା । ତେଣୁ ମନ୍ତ୍ରୀ ମାନଙ୍କ ସହ ସେ ଇସ୍ତଫା ଦେଇଥିବା କହିଛନ୍ତି । ରାଜନୀତିରେ ତାଙ୍କ ପାଇଁ ଅନେକ ବିକଳ୍ପ ଖୋଲା ରହିଛି । ଆଲୋଚନା କରିବା ପରେ ସେ ଆଗକୁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.