୭ ଦିନ ପରେ ଜୀବନ-ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜିଲେ କ୍ୟାପଟେନ ବରୁଣ ସିଂ

କେନ୍ଯୁଜ୍: ଜୀବନ ଯୁଦ୍ଧରେ ହାରିଗଲେ ବାୟୁସେନା ଗ୍ରୁପ କ୍ୟାପଟେନ ବରୁଣ ସିଂ । ତାମିଲନାଡୁ କୁନ୍ନୁରରେ ବାୟୁସେନା ଚପର କ୍ରାସ୍‌ ଘଟଣାରେ ୭ ଦିନ ପରେ ଜୀବନ-ମୃତ୍ୟୁ ସହ ଲଢି ଶେଷରେ ଆଖି ବୁଜିଛନ୍ତି ବରୁଣ। ଏନେଇ ଟ୍ଵିଟ କରି ଜଣାଇଲା ଭାରତୀୟ ବାୟୁସେନା।

ଗତ ୮ ତାରିଖରେ ତାମିଲନାଡୁ ସୁଲୁର ଅଞ୍ଚଳର ନୀଳଗିରି ପାର୍ବତ୍ୟାଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା MI-17V-5 ହେଲିକପ୍ଟର । ଏଥିରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଅଫିସର ଥିଲେ । ଦିଲ୍ଲୀରୁ ସୁଲୁର ଓ ସେଠାରୁ ୱେଲିଂଟନ୍‌ ଯିବା ବେଳେ ଅଧାବାଟରେ ଖସି ପଡ଼ିଥିଲା MI-17V-5 ହେଲିକପ୍ଟର ।

ଦୁର୍ଘଟଣାରେ ୧୩ ଜଣ ଆଖି ବୁଜିଥିବା ବେଳେ ଏକମାତ୍ର ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂହ ଗୁରୁତର ଅବସ୍ଥାରେ େଓ୍ଵଲିଂଟନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସେ ଆଖି ବୁଜିଥିବା ହସପିଟାଲ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

ସୂଚନା ଥାଉକି, ହେଲିକପ୍ଟର ଦୁର୍ଘଟଣାରେ ନିଜ ଜୀବନ ହରାଇଥିବା ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ଵତ ଦୁର୍ଘଟଣା ପରେ ମଧ୍ୟ ଜୀବିତ ଥିଲେ। ଏପରି କି, ତାଙ୍କୁ Mi-17V5ର ଧ୍ୱଂସାବଶେଷରୁ ବାହାର କରାଯିବା ବେଳେ ସେ ହିନ୍ଦୀରେ ନିଜ ନାମ ମଧ୍ୟ କହିଥିଲେ। ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ଏହି ସୂଚନା ଦେଇଛନ୍ତି। ଜେନେରାଲ ରାୱତଙ୍କ ସହ ଅନ୍ୟ ଜଣେ ଯାତ୍ରୀଙ୍କୁ ମଧ୍ୟ ବାହାର କରାଯାଇଥିଲା। ପରେ ସେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂ ବୋଲି ଜଣା ପଡିଥିଲେ। ଗ୍ରୁପ୍ କ୍ୟାପଟେନ୍ ହିଁ ଏହି ଦୁର୍ଘଟଣାରୁ ଜୀବିତ ଥିବା ଏକମାତ୍ର ବ୍ୟକ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

Leave A Reply

Your email address will not be published.