ଲୋମଟାଙ୍କୁରୀ ଉଠିବ ଏହି ଦୁର୍ଘଟଣାର ଭିଡିଓ ଦେଖିଲେ, ପିଲାର ଜୀବନ ବଞ୍ଚାଇବା ପାଇଁ କେମିତି କରୁଛନ୍ତି ସଂଘର୍ଷ

ଆମେ ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣାଟିଏ ଦେଖିଲେ ତୁରନ୍ତ ମୁହଁ ଫେରି ପଳାଇଯାଇଥାଉ କିନ୍ତୁ ଆମେ କେବେ ଚିନ୍ତା କରିନଥାଉ ଯେ ଆମର ଗୋଟେ ଛୋଟ ସାହାଯ୍ୟ ବି କାହାର ଜୀବନ ବଞ୍ଚାଇ ଦେଇପାରେ। ଦୁର୍ଘଟଣା ଘଟାଇ ଧରାପଡିଯିବା ଭୟରେ କିମ୍ବା ମେଡିକାଲର ଝିନଝଟରୁ ବଞ୍ଚିବା ପାଇଁ ସାଧାରଣତଃ ଲୋକେ ଏପରି କରିଥାନ୍ତି। ଦୁର୍ଘଟଣା ଘଟାଇଥିବା ଲୋକ ଥରେ ଭାବନ୍ତିନି ଯେ ଦୁର୍ଘଟଣାଗ୍ରସ୍ଥ ଲୋକଙ୍କର ଅବସ୍ଥା କଣ ହୋଇଥିବ। ବେଳେବେଳେ ଏହି ଘଟଣାରେ ଦୁନିଆ ବିଷୟରେ କିଛି ଜାଣିନଥିବା ଛୋଟ ଶିଶୁ ମଧ୍ୟ ଥାଇପାରନ୍ତି। ଏହି ଘଟଣାରେ ବି ଠିକ ଏପରି କିଛି ମଧ୍ୟ ଏମିତି କିଛି ଘଟଣା ଦେଖିବାକୁ ମିଳିଛି।

ଘଟଣାଟି ହେଉଛି ମଧ୍ୟ ପ୍ରଦେଶର ନିଓ୍ଵାରୀ ଜିଲ୍ଲାର ଓର୍ଚ୍ଛା ଟାଉନର। ଭିଡିଓରେ ଆପଣ ଦେଖିପାରୁଥିବେ ପୋଲ ଉପରେ ଗୋଟିଏ ପାର୍ଶ୍ୱରୁ ଏକ ଟେମ୍ପୋ ପୁରା ଭର୍ତ୍ତୀ କରି ଲୋକମାନଙ୍କୁ ନେଇ ଯାଉଛି ଏବଂ ଅନ୍ୟ ପାର୍ଶ୍ୱରୁ ଏକ ଓ୍ଵାଗନର କାର ଆସୁଛି। ଏହାପରେ ଦୁଇ ଗାଡି ମଧ୍ୟରେ ମୁହାଁମୁହିଁ ଧକା ହେଉଛି। ଧକା ହେବା ଫଳରେ କାରଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡୁଛି। କିନ୍ତୁ ଏଇଠି ଆପଣ ଦେଖନ୍ତୁ ଦୁର୍ଘଟଣାରେ କୌଣସି କ୍ଷତି ଘଟିନଥିବା ଟେମ୍ପୋଟି ସଙ୍ଗେ ସଙ୍ଗେ ସେ ସ୍ଥାନ ଛାଡି ଚାଲି ଯାଉଛି। ଟେମ୍ପୋ ଚାଳକ କିମ୍ବା ଟେମ୍ପୋରେ ଥିବା ଲୋକେ କେହିବି ହେଲେ ପୋଲ ତଳେ ଖସିଥିବା କାର ଉପରକୁ ନଜର ଦେଉନାହାନ୍ତି। କାରଟି ପାଣିରେ ପଡିଯିବା ପରେ ସେଥିରେ ଥିବା ଲୋକମାନେ କାର ଭିତରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି।

ଏହି ସମୟରେ ଜଣେ ବ୍ୟକ୍ତି କାର ଭିତରୁ ଏକ ଛୋଟ ପିଲାକୁ ଗାଡିରୁ ବାହାର କରୁଛନ୍ତି ଏବଂ ପିଲାର ଜୀବନ ବଞ୍ଚାଇବା ପାଇଁ ସେ ପୋଲ ଉପରେ ଛିଡା ହୋଇଥିବା ଲୋକଙ୍କୁ ପିଲାଟିକୁ ଫିଙ୍ଗିଦେଉଛନ୍ତି କିନ୍ତୁ ଦୁର୍ଭାଗ୍ୟବସତଃ ପଲାଟି ଲୋକଙ୍କ ପାଖକୁ ପହଁଚିବା ପୂର୍ବରୁ ପାଣିରେ ପଡିଗଲା ଏହାକୁ ଦେଖି ସେଠାରେ ଛିଡା ହୋଇଥିବା ଲୋକ ଜଣଙ୍କ ଦେବଦୂତ ସାଜି ପିଲାଟିକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡିଲେ ଏବଂ ପିଲାଟିକୁ ପାଣିରୁ ଉଦ୍ଧାର କଲେ। ତେବେ କାର ଭିତରେ ଥିବା ଅନ୍ୟ ୫ ଜଣ ଲୋକଙ୍କୁ ଲୋକମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତୀ କରାଇଛନ୍ତି। ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି।

ଏହାସହ ପଢନ୍ତୁ : ଚାର୍ଜର ସହିତ ଖେଳୁଥିଲା ଶିଶୁ, ଅଚାନକ ଲାଗିଲା ଝଟକା ! ତାପରେ ମା’ ଯେତେ ବୁକୁ ଫଟାଇ କାନ୍ଦିଲେ ବି ଶୁଣିଲା ନାହିଁ…

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେତେବେଳେ ବି ଆପଣ ଗାଡି ନେଇ ଯାତ୍ରା କରୁଛନ୍ତି ତେବେ ଖୁବ ସର୍ତକତାରେ ଯିବା ଉଚିତ। ଏବଂ ଯଦି କେତେବେଳେ କାହାର ବି ସାହାଯ୍ୟ ଦରକାର ପଡୁଥାଏ ଆମେ ତାଙ୍କୁ ନିଶ୍ଚୟ ସାହାଯ୍ୟ କରିବା ଆବଶ୍ୟକ। କିଏ ଜାଣେ ଆପଣଙ୍କର ଏହି ଛୋଟିଆ ସାହାଯ୍ୟ ପାଇଁ କାହାର ଜୀବନ ବଞ୍ଚିଯାଇପାରେ।

 

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

7 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

9 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

49 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago