ଇଟାଓ୍ଵା-କାନପୁର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ହସପିଟାଲରେ ଚାଲିଛି । ଦୁର୍ଘଟଣାଗ୍ରସ୍ତ କାରଟି ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । କାର୍ ଡ୍ରାଇଭରକୁ ନିଦ ଲାଗିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି । କାରରେ ଥିବା ପରିବାର ଲୋକେ ଦିଲ୍ଲୀରୁ ହମିରପୁର ଯାଉଥିଲେ ।
ଖବର ମୁତାବକ, ଦୁର୍ଘଟଣାଟି ଇଟାଓ୍ଵା-କାନପୁର ଜାତୀୟ ରାଜପଥର ଇକଦିଲ ନିକଟରେ ହୋଇଛି । ପରିବାର ଦିଲ୍ଲୀରୁ ହମିରପୁର ଯାଉଥିଲା । ସକାଳ ୬.୩୦ରେ ଦୁର୍ଘଟଣା ଘଟିଛି । କାର ଡ୍ରାଇଭରଙ୍କୁ ନିଦ ଲାଗିବା ଯୋଗୁଁ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା କାର । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ଦୁର୍ଘଟଣା ବିଷୟରେ ପୋଲିସକୁ ଖବର ଦେଇଥିଲେ । ପୋଲିସ କାରର କାଚ ଭାଙ୍ଗି ମୃତକ ଏବଂ ଆହତଙ୍କୁ ବାହାର କରିଥିଲା । ପୋଲିସ ପହଞ୍ଚି ଜଣେ ମହିଳା ଓ ୩ ଜଣ ପୁରୁଷଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତଙ୍କୁ ହସପିଟାଲରେ ଚିକିତ୍ସା ଚାଲିଛି ।
ସୂଚନାଯୋଗ୍ୟ, ଛତରପୁର ରେଳଷ୍ଟେସନରୁ ବାଗେଶ୍ୱର ଧାମକୁ ଯାଉଥିଲା । ତେବେ ଟ୍ୟାକ୍ସିକୁ ପଛରୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ । ଟ୍ୟାକ୍ସିରେ ନିଜ କ୍ଷମତା ଠାରୁ ୪ ଗୁଣା ଅଧିକ ଲୋକ ରହିଥିଲେ । ଟ୍ରକ ଧକ୍କାରେ ଟ୍ୟାକ୍ସିର ଉପର ଉଡିଯାଇଥିଲା ।