ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍କୁ ଧକ୍କା ଦେଲା ଅନ୍ୟ ଦିଗରୁ ଆସୁଥିବା କାର୍, ୭ ଆହତ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ କାରକେଡ୍ରେ ପସିଲା କାର୍ । ଘଟଣାରେ ୭ ଜଣ ପୋଲିସ କର୍ମୀଙ୍କ ସହିତ ୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ହସପିଟାଲରେ ଭର୍ତ୍ତି କରିଛନ୍ତି ।

ଖବର ମୁତାବକ, ଜୟପୁରରେ ଜଗତପୁରାରେ ଏନଆରଆଇ ସର୍କଲ ନିକଟରେ ଦୁର୍ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ କାରକେଡ ଯାଉଥିବା ବେଳେ ହଠାତ୍ ଅନ୍ୟ ଏକ ଦିଗରୁ କାର୍ ଆସି ପସିଥିଲା । କାର୍ ଏତେ ଜୋରରେ ଧକ୍କା ହୋଇଥିଲା ଯେ, କାରଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଘଟଣାରେ ୭ ଜଣ ପୋଲିସଙ୍କ ସହିତ ୯ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ହସପିଟାଲରେ ଭର୍ତ୍ତି କରିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ରୁଟ ଲାଇନ ନେଇନଥିଲେ । ଏଥିଯୋଗୁଁ ଦୁର୍ଘଟଣା ଘଟିଥିଲା । ମୁଖ୍ୟମନ୍ତ୍ରୀ ଭଜନଲାଲ ନିଜେ ରୁଟ୍ ଲାଇନ ନେବାକୁ ମନା କରିଥିଲେ । କାରକେଡ୍ ଯୋଗୁଁ କୌଣସି ସାଧାରଣ ଲୋକଙ୍କୁ ଟ୍ରାଫିକ ସମସ୍ୟା ନ ହେଉ, ସେଥିପାଇଁ ଟ୍ରାଫିକ ଚାଲିଥିଲା । କାରକେଡ୍ ଯାଉଥିବା ବେଳେ ରଙ୍ଗ ସାଇଡରୁ କାର ଧକ୍କା ହେବା ଫଳରେ ମୁଖ୍ୟମନ୍ତ୍ରୀ କାରରୁ ଓହ୍ଲାଇ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଇଥିଲେ ।

ଦୁର୍ଘଟଣା ପରେ ପୋଲିସର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । କାରକେଡ ସହିତ ଧକ୍କା ହୋଇଥିବା ଗାଡିକୁ ଜବତ କରିଛନ୍ତି । ଏହି କାରର ଚାଳକ ଆହତ ହୋଇଛନ୍ତି । ତେବେ ଭୁଲ୍ କାହାର ପୋଲିସ ପତ୍ତା ଲଗାଉଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିଜୟନଙ୍କ କାରକେଡ୍ ଥିରୁଅନନ୍ତପୁରମ ଆଡ଼କୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । କାରକେଡ୍ ଆଗରେ ଗୋଟିଏ ସ୍କୁଟିରେ ଯାଉଥିବା ଜଣେ ମହିଳା ହଠାତ୍ ଗାଡିର ଇଣ୍ଡିକେଟର ଦେଇ ଡାହାଣକୁ ଗାଡି ମୋଡିଥିଲେ । ଏହି ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଆଗରେ ଯାଉଥିବା ପାଇଲଟ ହଠାତ୍ ଗାଡିରେ ବ୍ରେକ୍ ଲଗାଇଥିଲେ । ଏହି ସମୟରେ କାରକେଡର ଅନ୍ୟ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଆସୁଥିବାରୁ ହଠାତ ଅଟକିପାରିନଥିଲା।  ଫଳରେ ପଛକୁ ପଛ ଆସି ଗୋଟିଏ ପରେ ଗୋଟିଏ ୫ରୁ ଅଧିକ ଗାଡ଼ି ଧକ୍କା ହୋଇଥିଲା ।

ଏହି ସମୟରେ ପୋଲିସ ଏସକର୍ଟ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଗାଡିର ପଛପଟରୁ ଧକ୍କା ଦେଇଥିଲା ।  ଏହା ପଛକୁ ପଛ ଗୋଟିଏ କମାଣ୍ଡୋ ଗାଡି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟ ଧକ୍କା ହୋଇଥିଲା । ଏହି ଘଟଣା ଥିରୁଅନନ୍ତପୁରମର ବାମନପୁରମରେ ହୋଇଥିଲା । ଏହାଠାରୁ ପ୍ରାୟ ୧୫୦ କିମି ଦୂର କୋଟାୟମରୁ ଯାତ୍ରା ସାରି ରାଜଧାନୀକୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ ।