ଗାଜିଆବାଦରେ ହିଟ୍-ରନ୍ ଆଣ୍ଡ ଡ୍ରାଗ୍ ମାମଲା, ଯୁବକଙ୍କୁ ବନେଟ୍ ଉପରେ ପକାଇ ୩ କିମି ଟାଣି ନେଇଗଲେ କାର୍ ଚାଳକ
ୟୁପିର ଗାଜିଆବାଦରୁ ଏକ ହିଟ୍-ରନ୍ ଆଣ୍ଡ ଡ୍ରାଗ୍ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ କାର୍ ଚାଳକ ଯୁବକଙ୍କୁ ବନେଟ୍ ଉପରେ ପକାଇ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଛନ୍ତି ।

ୟୁପିର ଗାଜିଆବାଦରୁ ଏକ ହିଟ୍-ରନ୍ ଆଣ୍ଡ ଡ୍ରାଗ୍ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ କାର୍ ଚାଳକ ଯୁବକଙ୍କୁ ବନେଟ୍ ଉପରେ ପକାଇ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଛନ୍ତି । ଚାଳକ ଜଣକ ପ୍ରଥମେ ଯୁବକଙ୍କୁ ଧକ୍କା ଦେଇଥିଲେ, କିନ୍ତୁ ସେ ଗାଡ଼ିକୁ ଅଟକାଇ ନ ଥିଲେ । ଏହି ଘଟଣା ରାସ୍ତାରେ ଲାଗିଥିବା ସିିସିଟିଭି କ୍ୟାମେରାରେ କଏଦ ହୋଇଛି, ଯେଉଁଥିରେ ଯୁବକ ବନେଟ୍ ଉପରେ ଲଟକିଥିବା ଦେଖିବାକୁ ମିଳୁଛି ।
କୁହାଯାଉଛି ଯେ ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେତୁ ଏହି ବିବାଦ ଆରମ୍ଭ ହୋଇଥିଲା । କାର୍ ଚାଳକ ଯୁବକଙ୍କୁ ପାଖାପାଖି ୩ କିଲୋମିଟର ପର୍ଯ୍ୟନ୍ତ ବନେଟ୍ ଉପରେ ପକାଇ ନେଇଯାଇଥିଲେ । ପରେ ଲୋକମାନେ ସାହସ ଜୁଟାଇ କାର୍ଟିକୁ ଅଟକାଇଥିଲେ ଏବଂ ଯୁବକଙ୍କୁ ବନେଟ୍ ଉପରୁ ବାହାର କରିଥିଲେ । ଏହି ଘଟଣାରେ ପୀଡ଼ିତ ଯୁବକ କାର୍ ଚାଳକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ କାର୍ଟିକୁ ଜବତ କରିଛି ।
ଏହିପରି ଗତ ବର୍ଷ ଦିଲ୍ଲୀରେ ଏକ ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀ ପୋଲିସ ଏହି ମାମଲାରେ ହତ୍ୟା ଧାରା ଅଧୀନ ମାମଲା ରୁଜୁ କରି କାର୍ ଚାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣା ବିଳମ୍ବିତ ରାତିରେ ଘଟିଥିଲା ।