ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । କିଛି ନିଜର ଭୁଲ ଯୋଗୁଁ ମୃତ୍ୟୁମୁଖରେ ପଡୁଥିବା ବେଳେ ଆଉ କିଛି ଅନ୍ୟ ଲୋକର ଭୁଲ୍ ଯୋଗୁଁ ମରୁଛନ୍ତି । ଏଥିପାଇଁ ଅନେକ ସଚେତନତା କରାଯାଉଛି କିନ୍ତୁ ଦୁର୍ଘଟଣା ଥମିବାରେ ନାଁ ଧରୁନି । ଏମିତି ଏକ ଭୟାନକ ଦୁର୍ଘଟଣା ଦିଲ୍ଲୀରେ ଘଟିଛି ।
ଖବର ମୁତାବକ, ଦିଲ୍ଲୀର ଶାନ୍ତିବନ ଗୀତା କଲୋନୀରେ ୧୯ ବର୍ଷୀୟ ଅଶ୍ୱିନୀ ମିଶ୍ର ଜନ୍ମଦିନ ପାଳନ କରିବା ପାଇଁ ୧୫୦୦ ଟଙ୍କା ଦେଇ କାର୍ ଭଡା ନେଇଥିଲେ । ଅଶ୍ୱିନୀ ଦୟାଲ ସିଂ କଲେଜର ପ୍ରଥମ ବର୍ଷର ଛାତ୍ର । ସାଙ୍ଗମାନଙ୍କ ସହିତ ଜନ୍ମଦିନରେ ବୁଲିବାକୁ ଯିବାକୁ କାର୍ ଭଡା ନେଇଥିଲେ । କାରରେ ୫ ଜଣ ସାଙ୍ଗ ହୋଇ ମଧ୍ୟ ଯାଇଥିଲେ ।
ତେବେ ସମସ୍ତେ ସାଙ୍ଗ ହୋଇ ଫେରୁଥିବା ବେଳେ ମୋବାଇଲରେ ଗୀତ ବଦଳାଇବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଲାଗିଥିବା ଲୁହାର ରେଲିଂ ସହିତ ଧକ୍କା ହୋଇଥିଲା । ଫଳରେ ଗାଡି ଭିତରକୁ ଲୁହା ରେଲିଂ ପଶିଯାଇଥିଲା । ଘଟଣାରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମସେ୍ତ ନିଶାରେ ଥିଲେ ବୋଲି ପୋଲିସ କହିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।