୩ ମାସରୁ ଶିଶୁକୁ ଧକ୍କା ଦେଲା କାର, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଜବରଦସ୍ତ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ନିଶ୍ଚିତ। ଭିଡିଓକୁ ଦେଖିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଦ୍ରୁତ ଗତିର କାର ଆସି ପ୍ରାମରେ ଯାଉଥିବା ଏକ ୩ ମାସର ଛୁଆକୁ ଧକ୍କା ମାରି ପଳାଇଯାଉଛି। କାରଟି ଏତେ ଜୋରରେ ପିଲାଟିକୁ ଧକ୍କା ମାରିଲା ଯେ ପ୍ରାମ ସମେତ ଛୁଆଟି ମଧ୍ୟ ଉଡି କଚାଡି ହୋଇ ତଳେ ପଡିଗଲା।
ରିପୋର୍ଟ ଅନୁଯାୟୀ ଏହି ଘଟଣା ୟୁକ୍ରେନର ଅଟେ। ଏହି ଭିଡିଓକୁ ଏକ ପେଡେଷ୍ଟ୍ରେନ କ୍ରସିଙ୍ଗରେ ସୁଟିଂ କରାଯାଇଛି। ଆପଣମାନେ ଭିଡିଓରେ ଦେଖିପାରୁଥିବେ ଏକ ଦ୍ରୁତଗତିରେ ଆସୁଥିବା କାର ପ୍ରାମକୁ ମାତ୍ର କିଛି ସେକେଣ୍ଡରେ ଆଖି ପିଛୁଳାକେ ପିଲାଟିକୁ ଧକ୍କା ମାରି ଚାଲିଗଲା।
video courtesy : viral ox
ସୂଚନା ଅନୁଯାୟୀ ଜଣେ ମହିଳା ନିଜ ପିଲା ସହିତ ରୋଡ୍ କ୍ରସ୍ କରୁଥିଲେ। ଠିକ୍ ସେତିକିବେଳେ ଏକ ଦ୍ରୁତ ଗତିରେ ଥିବା କାର ଛୁଆ ଥିବା କାର ବା ପ୍ରାମକୁ ଧକ୍କା ମାରି ଉଡାଇଦେଲା। ଘଟଣାର ତୁରନ୍ତ ପରେ ପିଲାଟିକୁ ହସପିଟାଲ ଦିଆଗଲା ଯେଉଁଠି ପିଲାଟିର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ପୋଲିସ କହିବାନୁଯାୟୀ କାର ଡ୍ରାଇଭରଙ୍କୁ ଗିରଫ କରାଯାଇଛି ଏବଂ ସେ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡ ହୋଇପାରେ ବୋଲି ଅନୁମାନ କରାଯାଉଛି।