ଗୁଜରାଟ ସାବରକାଣ୍ଠା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କ ଜୀବନ ଚାଲିଯାଇଛି । ତେବେ ଏହି ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଟ୍ରକକୁ ଧକ୍କା ହେବା ପରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି । ଦୁର୍ଘଟଣା ଘଟିବା ପରେ ଖବରପାଇ ପୋଲିସ ଏବଂ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ଆଜି ସକାଳ ୬ଟାରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, କାରରେ ଥିବା ସମସ୍ତ ଲୋକ ଶ୍ୟାମଲା ଜୀ ମନ୍ଦିର ଦର୍ଶନ କରିବା ପରେ ଠାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ତେବେ ହିମତନଗର ନିକଟରେ ଟ୍ରକକୁ ଧକ୍କା ଦେଇଥିଲା କାର୍ । ତେବେ ଦୁର୍ଘଟଣା ସମୟରେ କାରର ବେଗ ଅଧିକ ରହିଥିବା କାରଣରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କିନ୍ତୁ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅଗ୍ନିଶମ ବିଭାଗ କାରଟିକୁ କଟରରେ କାଟି ଶବଗୁଡ଼ିକୁ ବାହାର କରିଛି । ଏସପି ବିଜୟ ପଟଲେ ମୃତକଙ୍କୁ ଉଦ୍ଧାର କରି ବ୍ୟବଚ୍ଛଦେ ପାଇଁ ପଠାଇଛନ୍ତି । ଆହତ ଜଣକଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହ ବ୍ୟବଚ୍ଛଦେ ପରେ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ତେବେ ଡ୍ରାଇଭରକୁ ନିଦ ଲାଗିବା ଯୋଗୁଁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଟ୍ରକର ସ୍ପିଡ ବହୁତ କମ୍ ଥିବା ବେଳେ କାର୍ର ସ୍ପିଡ ଅଧିକ ଥିବା ପୋଲିସ କହିଛନ୍ତି । ଦୁର୍ଘଟଣା ହେବା ପରେ ଟ୍ରକ ଚାଳକ ହିଁ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ ।